ମନ୍ତ୍ରୀମଣ୍ଡଳରେ ହେବ ବଡ ଧରଣର ଅଦଳବଦଳ

0 206

ଭୁବନେଶ୍ୱର,୪/୬(ଏସଏସନିଉଜ)ମନ୍ତ୍ରୀମଣ୍ଡଳରେ ହେବ ବଡ ଧରଣର ଅଦଳବଦଳ । ଅନେକ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ଫୋନ କଲ୍ ଯାଇଛି।ସେମାନଙ୍କ ମଧ୍ୟରେ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର , ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଇସ୍ତଫା ଦେଇଛନ୍ତି ।ଏହାଭିତରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରକୁ ୨୫ ବର୍ଷ ପୂରିଛି। ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏଭଳି ସମୟରେ ନିଜର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଛନ୍ତି ବୋଲି ଜଣାପଡ଼ିଛି । ନବୀନଙ୍କ ମନ୍ତ୍ରିମଣ୍ଡଳରୁ ସବୁ ମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ନେଇ ଜୋରଦାର ଚର୍ଚ୍ଚା ହେଉଛି । ନୂଆ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ୱ ମିଳିବ ତଥା କେଉଁ ନୂଆ ମୁହଁଙ୍କୁ ମନ୍ତ୍ରୀମଣ୍ଡଳରେ ଦେଖିବାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ୧୦ରୁ ୧୨ ନୁଆ ମୁହଁ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ନୂଆମନ୍ତ୍ରିମଣ୍ଡଳ ରବିବାର ଗଠନ ହେବା ସହ ଦିନ ୧୧ ଟା ୪୫ ରେ ରାଜଭବନ କନଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.