ଆଜିର ରାଶିଫଳ

0 237

ଶୀତଳ ଷଷ୍ଠୀ ,ଆରଣ୍ୟକ ଷଷ୍ଠୀ ଓ ସ୍କନ୍ଧ ଷଷ୍ଠୀ,ରବିବାର୨୦୨୨ ମସିହା ଜୁନ ମାସ ୫ ତାରିଖ,
ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୫/୧୦/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୫୮,ମେଷ ରାଶିର ଘାତବାର,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ଭକ୍ଷଣ ନିଷେଧ।
🐏ମେଷ👉 ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
🐮ବୃଷ👉ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
👩‍❤️‍👨ମିଥୁନ👉ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋ କାମନା ପୂରଣ ହେବ।
🦀କର୍କଟ👉ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷା ରେ ସଫଳତା ମିଳିବାର ସମ୍ଭାବ ନା ରହିଛି।
🦁ସିଂହ👉ଧାର୍ମିକ ଆୟୋ ଜନରେ ଆପଣଙ୍କୁ ସେବା କରି ବାର ଅବସର ମିଳିବ। ବ୍ୟବ ସାୟରେ ମନ ପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସ ରେ କୌଣସି ଖୁସି ଖବର ମିଳିବ।
🙎‍♀️କନ୍ୟା👉ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜ ରେ କରିପାରିବେ। ବିଭିନ୍ନ ପ୍ରକା ର ଲୋକଙ୍କ ସହିତ ମିଶି ବେ। କୌଣସି ବଡ଼ ନେଣଦେଣ କରି ପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
⚖️ତୁଳା👉ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତି ଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
🦂ବିଛା👉ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବ ନ୍ଧୀୟ କୌଣସି କାମ ପୂରା ହୋଇ ପାରେ। ପ୍ରେମ ପ୍ରସଙ୍ଗ ଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
🏹ଧନୁ👉ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
🐊ମକର👉ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେ କ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
🏺କୁମ୍ଭ👉ସାମାଜିକ କାର୍ଯ୍ୟ କ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
🐟ମୀନ👉ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମ କ୍ଷେତ୍ରରେ ବୀରଙ୍କ ଭଳି ରହି ବେ। ଆପଣଙ୍କ କାମକୁ ପ୍ରବନ୍ଧ କର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
🚩 ପବିତ୍ର ଶୀତଳଷଷ୍ଠୀ ଓ ଶିବ ବିବାହ ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ସତ୍ୟ ସନ୍ଧାନ ପରିବାର ତରଫରୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଛା🚩
!! ଗୋଟିଏ କଥା ମନେରଖନ୍ତୁ ଯଦି ଆପଣ ଏକୁଟିଆ ଅଛନ୍ତି ତେବେ ଆପଣଙ୍କ ଚିନ୍ତାଧାରାକୁ ନିୟନ୍ତ୍ରଣ କରନ୍ତୁ,ଆଉ ଯଦି ଆପଣ ସମସ୍ତଙ୍କ ସହିତ ଅଛନ୍ତି ତେବେ ନିଜ ଜିଭକୁ ନିୟନ୍ତ୍ରଣ କରନ୍ତୁ।ଏ ଦୁନିଆଁରେ ସମସ୍ତେ ମତଲବୀ,ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ!!🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.