ମାଓ ଗଡରେ ଲାଗିଲା ଫଳଗଛ

0 873

ମାଲକାନଗିରିର,୧୭/୯(ଏସଏସନିୟୁଜ)ଗ୍ରାମବାସୀ ହେବେ ସ୍ବାବଲମ୍ବି ।ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଦ୍ବାରା ଜିଲ୍ଲାର ମାଓଗଡ କୁହାଯାଉଥିବା ସ୍ବାଭିମାନ ଅଂଚଳର ଧିରେଧିରେ ସମସ୍ୟା ସୁଧିବାରେ ଲାଗିଛି , ଯାଦ୍ବାରା ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଂଚଳର ଲୋକମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇବା ପାଇଁ ଜିଲ୍ଲାପ୍ରଶାସନ ବହୁ ସ୍ଥାନରେ କିଛିନା କିଛି କାର୍ଯ୍ୟକ୍ରମ ହାତକୁ ନେଉଛି । ସେହି ଭଳି ମାଲକାନଗିରିର ଜିଲ୍ଲାର କାଲିମେଳା ବ୍ଲକର ମାନ୍ୟମକୁଣ୍ଡା ପଞ୍ଚାୟତ ଟି କିଛିଦିନ ପୁର୍ବରୁ ମାଓଗଡ ରୁପେ ପରିଚିତ ଥିଲା । କିନ୍ତୁ ଏବେ ଏହି ଅଂଚଳର ରୂପରେଖ ବଦଳିଯାଇଛି । ମାନ୍ୟମକୁଣ୍ଡା ପଞ୍ଚାୟତ ର କୁସୁମପୁଟ୍ , ପଟେରୁ, ଦୋକୁଣ୍ଡା, ରାଜଗିରି ଓ ମାନ୍ୟମକୁଣ୍ଡା ଗ୍ରାମର ଜଙ୍ଗଲ ଜମି ପଟା ପାଇଥିବା ପ୍ରାୟ ୫୦୦(ପାଞ୍ଚସହ) ପରିବାରଙ୍କ ଜଙ୍ଗଲ ଜମିରେ ଲାଗଛି କାଜୁ ଓ ଆମ୍ବ ଗଛ। ଏହି ସବୁ ଅଂଚଳର ଆଦିବାସି ଲୋକ ସ୍ବାବଲମ୍ବି ହୋଇ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଜିଲ୍ଲାପ୍ରଶାସନ ସହ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକୁ ଅଂଚଳରବାସୀ ଦାବି ଜଣାଇଥିଲେ । ଫଳରେ ଏହି ଅଂଚଳର ଲୋକଙ୍କ ପାଖରେ ଏକ ବେସରକାରୀ ସଂସ୍ଥା ମାଧ୍ୟମରେ ପହଞ୍ଚିଥିଲା ନାବାଡ ସଂସ୍ଥା । ନାବାଡ ଡିଡିଏମ୍ କହିବା ମୁତାବିକ୍ ଏହି ସବୁ ଅଞ୍ଚଳକୁ wadi କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି ,ଏହି କାର୍ଯ୍ୟକ୍ରମଟି ଆସନ୍ତା ୪ରୁ୫ ବର୍ଷ ଯାଏଁ ଚାଲୁରହିବ । ଯାହା ଦ୍ବାରା ପ୍ରଥମ ବର୍ଷରେ  ଫଳଗଛ ସହ ମାଣ୍ଡିଆ, ଡାଲି ଓ ପନିପରିବା ଚାଷ କରିବା ପାଇଁ ପ୍ରୋତ୍ସାହନ କରାଯାଉଛି ।ଏହାଦ୍ବାରା ଆସନ୍ତା୪ରୁ୫ ବର୍ଷପରେ ଗୋଟିଏ ଗୋଟିଏ ପରିବାର ବର୍ଷକୁ ଅତିକମ୍ ରେ ୧ଲକ୍ଷ ଟଙ୍କା ଆୟ କରିପାରିବେ। ସବୁଠୁ ବଡକଥା ହେଲା କୋରନା ମହାମାରୀରର  ଲକ୍ ଡାଉନ୍ ସମୟରେ ଅଂଚଳ ବାସୀଙ୍କୁ ଆର୍ଥିକ ସହାୟତା ସାଜିଛି ଏହି ଯୋଜନା । ଏଭଳି କାର୍ଯ୍ୟକ୍ରମକୁ ବ୍ଲକ ଅଧକ୍ଷ ଙ୍କ ସହ ଗ୍ରାମବାସୀମାନେ ସ୍ଵାଗତ କରିଛନ୍ତି ।

 

Leave A Reply

Your email address will not be published.