ଭୁବନେଶ୍ୱର,୯।୧୦(ଏସଏସନିଉଜ ) ପ୍ରାଣିଉଦ୍ୟାନ ନନ୍ଦନକାନନର ୧୨ ନମ୍ବର ଖୁଆଡରେ ରହୁଥିବା ଏକମାତ୍ର ନାଲି ଓ ସବୁଜ ରଙ୍ଗର ମାକାଓର ବୁଧବାର ମୃତ୍ୟୁହୋଇଛି । ମୃତୁର ପକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ତେବେ କିଛିଦିନ ହେବ ଏହି ମାକାଓଟି ଅସୁସ୍ଥ ରହିଥିଲା ।ଦୀର୍ଘଦିନ ଧରି
ସାଥିକୁ ହରାଇ ଏକୁଟିଆ ନିସଂଗ ଜୀବନ ନିର୍ବାହ କରିଥିଲା।ଠିକଭାବେ ଖାଦ୍ୟ ଖାଉ ନଥିବାବେଳେ ପତଳା ଝାଡ଼ାରେ ଆକ୍ରାନ୍ତ ରହି ଗୋଟେ ଜାଗାରେ ପଡି ରହୁଥିଲା । ଖବର ପାଇ ବୁଧବାର ଅପରାହ୍ନରେ ପ୍ରାଣୀ ଉଦ୍ୟାନର ଚିକିତ୍ସକମାନେ ତାର ଚିକିତ୍ସା ପାଇଁ ଖୁଆଡକୁ ଯାଇଥିଲେ।ସେଠାରେ ମାକାଓ ଟିକୁ ଧରି ଚିକିତ୍ସା ଆରମ୍ଭ କରିଥିଲେ।କିନ୍ତୁ ପରବର୍ତ୍ତୀ ସମୟ ରେ ମାକାଓଟି ବଞ୍ଚିନଥିଲା।ଯାହାଫଳରେ ନନ୍ଦନକାନନରେ ଏହି ପ୍ରଜାତି ମାକାଓର ବଂଶଲୋପ ହୋଇଯାଇଥିଲା।ତେବେ ଏଠାରେ ପ୍ରଶ୍ନ ଉଠୁଛି ଏକ ପ୍ରକାର ଠିକ୍ ଠାକ୍ ଥିବା ମାକାଓଟିର ଚିକିତ୍ସା ପରେ କାହିଁକି ମୃତ୍ୟୁବରଣ କଲା ତାହାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଚାପା ରୁଞ୍ଜରଣ ସୃଷ୍ଟି ହୋଇଛି।ସମସ୍ତେ କଥା ହେଉଛନ୍ତି ମାକାଓଟିକୁ ମାରିଦେଲେ ନା ମରିଗଲା।
Prev Post
Next Post
