ମାତିଛି କଲରାପତରିଆ ବାଘ

0 157

ନୂଆପଡ଼ା,୪।୧୧(ଏସଏସନିଉଜ) ୫ଦିନ ବ୍ୟବଧାନରେ ପୁଣି ମାତିଲା କଲରାପତରିଆ ବାଘ। ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏଭଳି ଆତଙ୍କ ଖେଳାଇଛି ବାଘ।ଯାହାକୁନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।ଗତକାଲି ସିଲିଆରିବାହାରା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ ।ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ ।ଗତ ୩୦ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ଡମ୍ବରୁଧର ଧରୁଆ ନାମକ ନାବାଳକ ଘର ପାଖରେ ସନ୍ଧ୍ୟାରେ ଖେଳୁଥିବାବେଳେ ତାକୁ ବାଘ ଝାମ୍ପି ନେଇଯାଇଥିଲା।ପରେ ଗାଁ ଲୋକମାନେ ବହୁ ଖୋଜାଖୋଜି ପରେ ଗୁମ୍ଫାରୁ ଶିଶୁଟିର ମୃତଦେହକୁ ଉଦ୍ଧାର କରିଥିଲେ।

 

Leave A Reply

Your email address will not be published.