ମେଲାଣି ନେଲେ କାର୍ତ୍ତିକେୟ

ଘଣ୍ଟଘଣ୍ଟା ଓ ପୌରାଣିକ ବାଦ୍ୟ ରେ ଦୁଲୁକିଲା ବାରଙ୍ଗ ଅଞ୍ଚଳ

0 133

ବାରଙ୍ଗ, ୬।୧୨ (ଏସଏସ ନିଉଜ) ବାରଙ୍ଗ ଗଣପର୍ବ ପ୍ରଭୁ କାର୍ତ୍ତିକକେଶ୍ଵରଙ୍କର ଭସାଣୀ ଉତ୍ସବ ବୁଧବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାପାଇଁ ପ୍ରାୟ ସବୁ ପୂଜାକମିଟି ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି।ପାରମ୍ପରିକ ବାଦ୍ୟ,ଆକର୍ଷଣୀୟ ଲାଇଟ ଗେଟ, ସିଂହ ଗର୍ଜନ,କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ଦେବା ଦେବୀନାଚ ,ଘୋଡାନାଚ , କଣ୍ଢେଇନାଚ, ଘଂଣ୍ଟ, ପଞ୍ଜାବୀ ବାଜା ,ଶିଙ୍ଘ, ଶଙ୍ଖ, ହଳିଦିକାଠ,ଆଦିବାସୀ ନାଚ ସମେତ ବହୁ ପାରମ୍ପାରିକ ଓ ଆଧୁନିକ ବାଦ୍ୟକୁ ଏଥର ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା ।ତାସହିତ ଗୀତାର ତାଳତାଳେ ଯୁବକମାନଙ୍କର ନୃତ୍ୟ ଦେଖଣାହାରୀଙ୍କୁ ବେଶ ମୋହିତ କରିଥିଲା । ଝିପି

ଝିପି ବର୍ଷା ମଝିରେ ମଝିରେ ଲାଗି ରହିଥିଲେ ମଧ୍ୟ ଭଷାଣି ଦେଖିବାପାଇଁ ସନ୍ଧ୍ୟା ପରଠାରୁ ବାରଙ୍ଗ ମୁଖ୍ୟରାସ୍ତା କଡରେ ନାହିଁନଥିବା ଭୀଡ ଲାଗି ରହିଥିଲା । ଶୋଭଯାତ୍ରାରେ ୨୫ଟି ମେଢ ସାମିଲ ହୋଇଥିଲା।ସମସ୍ତ ମେଢ ଗୁଡିକ ବାରଙ୍ଗ ଥାନା ଠାରୁ ଭୋଗହାଣ୍ଡି ନେଇ ଶାନ୍ତି କମିଟିର ଅଭ୍ୟର୍ଥନା କକ୍ଷରେ ସଭାପତି ପ୍ରତାପ ଚନ୍ଦ୍ର ପାଣି,ସମ୍ପାଦକ ସୁରେଶ ମହାନ୍ତି,ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧନା ଦେବାପରେ ସବୁ ମେଢ ବ୍ଲକପାଖ ପୁରୀ ମେନ କେନାଲରେ ହୋଇଥିବା କୁତ୍ରିମ ପୋଖରୀରେ ବିସର୍ଜନ କରିଥିଲେ।ବାରଙ୍ଗ ଥାନା ଅଧିକାରୀ ଆକାଶଚନ୍ଦ୍ରରଣାଙ୍କ ତତ୍ୱାବଧାନରେ ଶାନ୍ତିଶୃଙ୍ଖଳାର ସହ ଭସାଣି ଉସବ ସମ୍ପର୍ଣ୍ଣ ହୋଇଥିଲା।

Leave A Reply

Your email address will not be published.