ବାଲିଅନ୍ତା,୧୯ା୯(ଏସଏସନିଉଜ)ବାଲିଅନ୍ତାଥାନା ପୁଲିସ ଅଭିଯୋଗକାରୀ କରୁଣାକର ବେହେରାଙ୍କ ଅଭିଯୋଗ ଭିତ୍ତିରେ ୪୪୫/୨୪କେଶନଂରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନେ ହେଲେ ଚାରିଛକ ଥାନା ଅଧିନସ୍ଥ କଳାପାଂଚଣ ମାଢିବରମ୍ଭପୁରର ଏସକେୱାଜିଦ, ଅଶୋକଭୋଇ,ଗୋପଥାନା ଅଧିନସ୍ଥ ନୟାହାଟର ଆୟୁସମାନ ନନ୍ଦି,ରାଜାକାଣ୍ଡି, ନିଆଳିଥାନା ଅଧିନସ୍ଥ ଅଧାଗାଁର ଏସ୍କେରାହିଲ. ଏସ୍କେସାହିଲ,ଏସ୍କେଜାହିର ଓ କେଳୁସ ,୫ଟିଖଣ୍ଡା,୧୧ଟିମୋବାଇଲ ଫୋନ, ୨କାର, ନଗଦ୨୩ ହଜାରେ ଟଙ୍କା ଜବତ କରିଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଜଣେ ମେଣ୍ଢାପାଳକ ହୋଇଥିବା ବେଳେ, ପରିବାପାଟ ପୁର ଗ୍ରାମରେ ତାଙ୍କର ଗୋଟିଏ ମେଣ୍ଢାଶାଳରହିଛି ।ଗତ ୧୪ ତାରିଖରାତି ୨ଟା ସମୟରେ କିଛି ଅଜଣାଦୁର୍ବୁତ୍ତ ତାଙ୍କମେଣ୍ଢାଶାଳରୁ ୧୧ଟି ମେଣ୍ଢା ଚୋରାଇ ନେଇଥିଲେ ।ଏନେଇ ସେ ବାଲିଅନ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଲିଅନ୍ତା ଥାନା ପୁଲିସ ତଦନ୍ତ କରିବା ସହିତ ଏକ ବିଶେଷ ସୂତ୍ରରୁ, କେନ୍ଦୁବିଲ ଗ୍ରାମରାସ୍ତା ଅଞ୍ଚଳରେ ଅଭିଯୁକ୍ତମାନେ ଥିବା ନେଇ ଖବର ପାଇଥିଲେ । ମିଳିଥିବା ସୂଚନାଆଧାରରେ ପୁଲିସଟିମ ସେଠାରେ ଚଢଉକରି ନିମ୍ନୋକ୍ତ ୮ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମହୋଇଥିଲେ ।ଛାନଭିନବେଳେ ପୋଲିସ ସେମାନଙ୍କହେଫଜାତରୁ ୨ଟିକାର, ୧୧ଟିଦାମୀ ମୋବାଇଲ ଫୋନ ଏବଂ ୨୩,୧୭୦ଟଙ୍କା ଏବଂ କାରଭିତରେଥିବା ୫ଟିମେଣ୍ଢା ଜବତ୍ କରିଥିଲେ ।ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଚୋରୀନିମନ୍ତେ ଉକ୍ତ ଦୁଇଟିକାର ବ୍ୟବହାରକରୁଥିବାର ସ୍ଵୀକାର କରିଥିବାବେଳେ, ପୂର୍ବରୁ ମଧ୍ୟ ସେହିଗ୍ରାମରୁ ଏହିପରି ୨୦ଟିଛେଳି ସେମାନେ ଚୋରୀକରିଥିବାର ସ୍ଵୀକାର କରିଥିଲେ । ଅଭିଯୁକ୍ତ ଏସ୍.କେ ୱଜିଦ ଏବଂ ଏସ୍.କେ ଜାହିର ମଷ୍ଟେରମାଇଣ୍ଡ ହୋଇଥିବାବେଳେ ଅଭିଯୁକ୍ତମାନେ ଚୋରୀକରିବାର କିଛିଦିନପୂର୍ବରୁ ଜାଗାବିଷୟରେ ତଥ୍ୟସଂଗ୍ରହ କରୁଥିଲେ ଏବଂ ସେହିହିସାବରେ ଯୋଜନାକରି ଚୋରୀକରୁଥିଲେ ।ଚୋରୀ କରିଥିବା ପଶୁ କିମ୍ବା ସାମଗ୍ରୀଗୁଡିକୁ ସେମାନେ ବଜାରରେ ବିକ୍ରିକରୁଥିବାବେଳେ, ମିଳୁଥିବା ଅର୍ଥରାଶିକୁ ନିଜମଧ୍ୟରେ ବାଣ୍ଟୁଥିଲେ ଓ ଅର୍ଥର ଅଧିକାଂଶଭାଗ ମଦ୍ୟପାନରେ ଖର୍ଚ୍ଚ କରୁଥିଲେ ।ନିମ୍ନୋକ୍ତ ୮ଜଣ ଅଭିଯୁକ୍ତଙ୍କମଧ୍ୟରୁ ୬ଜଣଙ୍କନାମରେ ପୂର୍ବରୁ ଓଡ଼ିଶାର ବିଭିନ୍ନଥାନାରେ ଏକାଧିକ ଆପରାଧିକ ମାମଲା ରହିଛି ।ଯଥା ଅଭିଯୁକ୍ତ ଏସ୍.କେ ୱଜିଦଙ୍କ ନାମରେ ନିଆଳି ଥାନାରେ ଗୋଟିଏ, ନିମାପଡା ଥାନାରେ ଗୋଟିଏ, ନୂଆଗାଁ ଥାନାରେ ଗୋଟିଏ, ବାଲିଅନ୍ତା ଥାନାରେ ୩ଟି, ଜଗତସିଂହପୁର ଟାଉନଥାନାରେ ଗୋଟିଏ, ଚାରିଛକ ଥାନାରେ ୨ଟି, କୋଣାର୍କ ଥାନାରେ ଗୋଟିଏ, ଅଭିଯୁକ୍ତ ଆକାଶ ଭୋଇଙ୍କ ନାମରେ ପୂର୍ବରୁ ଗୋବିନ୍ଦପୁର ଥାନାରେ ଗୋଟିଏ, ଚାରିଛକ ଥାନାରେ ଗୋଟିଏ, ବାଲିଅନ୍ତା ଥାନାରେ ୨ଟି, କୋଣାର୍କଥାନାରେ ୨ଟି, ଅଭିଯୁକ୍ତ କେଳୁ ସାଙ୍କ ନାମରେ ନିଆଳି ଥାନାରେ ୩ଟି, କାକଟପୁର ଥାନାରେ ଗୋଟିଏ, ବାଲିଅନ୍ତାଥାନାରେ ୨ଟି, ଅଭିଯୁକ୍ତ ଏସ୍.କେ ଜାହିରଙ୍କ ନାମରେ ନିଆଳି ଥାନାରେ ଗୋଟିଏ, ବାଲିଅନ୍ତାଥାନାରେ ୨ଟି, ଅଭିଯୁକ୍ତ ଏସ୍.କେ ରହିଲଙ୍କ ନାମରେ ବଳଙ୍ଗା ଥାନାରେ ଗୋଟିଏ, କାକଟପୁରଥାନାରେ ଗୋଟିଏ, ବାଲିଅନ୍ତାଥାନାରେ ୨ଟି ଏବଂ ଅଭିଯୁକ୍ତ ଏସ୍.କେ ସାହିଲଙ୍କ ନାମରେ ପୂର୍ବରୁ ବଲଙ୍ଗ ଥାନାରେ ଗୋଟିଏ ଓ ବାଲିଅନ୍ତାଥାନାରେ ୨ଟି ଅପରାଧିକ ମାମଲା ରହିଥିବାର ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି
Prev Post
Next Post
