ମେଣ୍ଢାଶାଳ ସେବା ସମବାୟସମିତି

କୁନ୍ତଳା ହେଲେ ଉପସଭାପତି

0 151

ମେଣ୍ଢାଶାଳ,୫/୮(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟସମିତିର ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭ୍ୟା କୁନ୍ତଳା ପଟ୍ଟନାୟକ ଏକମାତ୍ର ପାର୍ଥୀରୁପେ ପାର୍ଥୀପତ୍ର ଦାଖଲ କରିଥିଲେ ।ନିର୍ଦ୍ଧାରିତ ସମୟମଧ୍ୟରେ କୈାଣସିପାର୍ଥୀ ପାର୍ଥୀପାର୍ଥୀପତ୍ର ଦାଖଲ କରିନଥିଲେ ।ନିର୍ବଚନ ଅଧିକାରୀ ରାଜେନ୍ଦ୍ରପ୍ରସାଦଦାସ ପଟ୍ଟନାୟକଙ୍କୁ ଉପସଭାନେତ୍ରୀଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାର ଘୋଷଣା କରିଥିଲେ ।ଏହି ନିର୍ବାଚନ ସମୟରେ ସଭାପତି ମହେନ୍ଦ୍ରକୁମାର ପ୍ରଧାନ, ବରିଷ୍ଟ ନାଗରିକ ଭରତଚନ୍ଦ୍ରରାଉତରାୟ,ସଭ୍ୟ ମୁରଲିଧିବିଶ୍ୱାଳ ,ନିମାଁଇବିଶ୍ୱାଳ ,ରାଜଖାନ୍ ,କାଳୁଚରଣ ଦାସ,ଗୁରୁପ୍ରସାଦ ସାମନ୍ତରାୟ,,ରତ୍ନାକରସାହୁ,ପବିତ୍ରପଟ୍ଟନାୟକ ପ୍ରମୁଖ ଉପସ୍ଥିତରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଶେଷରେ ସମିତି ସମ୍ପାଦକ ହିମାଂଶୁସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.