ମେଣ୍ଢାଶାଳ,୧୫ା୨. (ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସବୁବର୍ଷଭଳି ଚଳିତବର୍ଷ କୁମ୍ଭସଂକ୍ରାନ୍ତିରେ କୁମ୍ଭମେଳା ମହୋସ୍ସବ ଆରମ୍ଭ ହୋଇ ବୁଧବାର ବିଳମ୍ଭିତରାତିରେ ଉଦ୍ଯାପିତହୋଇଯାଇଛି ।୧୩ତାରିଖ ସନ୍ଧ୍ୟାରେ ଅଙ୍ଗୁରାରୋପାଣ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ।ଏହି କୁମ୍ଭମେଳାରେ ମେଣ୍ଢାଶାଳ, ଗିରିଙ୍ଗାପୁଟ,ହରିଡାମଡା,ମଳିପଡା, ଗୋପିନାଥପୁର,ଓଗରସୁଆାଁ, ପିତାପଲ୍ଲୀ,ଜାଆଁଳା,ତମାଣ୍ଡୋ,ଘାଟିକିଆ,ପରପଦା,ଘୋରକଣା,ଶଣ୍ଢପୁର,ବଡରଘୁନାଥପୁର,ଗଉଡକାଶିପୁର,କୁଜିମହଲ,ପଳାଶପୁର,ପାଣିଓରା,ଭୋଳା,ରେଙ୍ଗଳପାଟଣା,ଅରାଗଡ,ମିନଚିନପାଟଣା ଓ ଭାଁପୁରଗ୍ରାମର ସଙ୍ଗିର୍ତନମଣ୍ଡଳୀ ଘୋ୍େଇଦଇ ଅହୋରାତ୍ର ଭଜପରିବେଣ କରିଥିଲେ ।ସନ୍ଧ୍ୟା ସମୟରେ ମହୋସ୍ସବ ଅନୁଷ୍ଠିତହୋଇ ବିଳମ୍ଭିତରାତି ପର୍ଯ୍ୟନ୍ତଚାଲଥିଲା ଏଥିରେ ଗ୍ରାମ ଓ ଆଖପାଖଗ୍ରାମରୁ ଦଶହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତ ଯୋଗଦେଇ ପ୍ରସାଦସେବନ କରିଥିଲେ ।ଏହି ମହୋ୍ସବରେ ବିଭୁତିବଃଳବନ୍ତରାୟ,ମନ୍ନଥରାଉତରାୟ,ବିଶ୍ୱରଞନବଡଜେନା,ଅର୍ଦ୍ଦେନ୍ଦୁଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲୋ ।ମନ୍ଦିରକମିଟି ସଂଚାଳକ ପ୍ରଫୁଲକୁମାରଶ୍ରିଚନ୍ଦନ,ବାଙ୍କବିହାରୀଦାସ.ଭାରତଭୁଷଣ ମହାରଣା,ଭରତଚନ୍ଦରାଉତରାୟ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)
