ମେଣ୍ଢଶାଳରେ ସାମ୍ଭସ୍‌ରିକ କୁମ୍ଭମେଳା ମହୋସ୍‌ବ

ମେଣ୍ଢାଶାଳ,୧୫ା୨(ଏସଏସ ନିଉଜ) ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷପରି ଚଳିତବର୍ଷ ସାମ୍ଭସ୍‌ରିକ କୁମ୍ଭମେଳା ମହୋସ୍‌ବ ଅନୁଷ୍ଠିତ ହୋଇଯାଇଛି ।ସୋମବାରଦିନ ଆରମ୍ଭ ହୋଇ ମଙ୍ଗଳବାରଦିନ ରାତିରେ ଉଦ୍‌ଯାପିତ ହୋଇଯାଇଛି ।ଘାଟିକିଆ ,ମହୁଲ,ତମାଣ୍ଡୋ, ହରିଡାମଡା,ବରପଦା, ଜାଆଁଳା,ପିତାପଲ୍ଲୀ, ଆଠଗଡ ଆଦି ବିଭିର୍ଣ ଗ୍ରାମରୁ ଆସିଥିବା ସଂଙ୍କିର୍ତନ ମଣ୍ଡଳୀ ମାନଙ୍କଦ୍ୱାରା ସଙ୍କିର୍ତନ ପରିବେଷଣ କରାଯାଇଥିଲା ।ମଙ୍ଗଳବାର ସନ୍ଧ୍ୟା ସମୟରୁ ବିଳମ୍ଭିତରାତି ପର୍ଯ୍ୟନ୍ତ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ଆଖପାଖ ଗ୍ରାମରୁ ପ୍ରାୟ ୧୦ହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହୋଇଥିଲା ।ମନ୍ଦିରକମିଟି ମାର୍ଫତଦାର ପ୍ରଫୁଲକୁମାର ଶ୍ରୀଚନ୍ଦନ,ପରିଚାଳକ ଭରତଭୁଷଣମହାରଣାଙ୍କ ସମେତ ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନେ ମହୋସ୍‌ବ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ )

- Advertisement -

Leave A Reply

Your email address will not be published.