ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଫାଟକ ବନ୍ଦ

0 798

ମେଣ୍ଢାଶାଳ ,୧୩/୫(ଏସଏସନିୟୁଜ) ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ଚାରିଜଣ କର୍ମଚାରୀମାନଙ୍କର କୋଭିଡ ପଜିଟିଭ ବାହରିବାପରେ ରୋଗୀମାନଙ୍କପାଇଁ ବନ୍ଦ ହୋଇଯାଇଛି ଡାକ୍ତରଖାନା ।ଏହିଭଳିସ୍ଥିତି ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ବ୍ଲକର ହେଡକ୍ୱାଟର କୁହାଯାଉଥିବା ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ।ଏହି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କ ସମେତ ୪ଜଣ କର୍ମଚାରୀଙ୍କର କରୋନା ପଜିଟିଭ ବାହାରିଛି ।ଏହି ପଜିଟିଭ ରିପୋର୍ଟ ଆସି ଡାକ୍ତରଖାନାରେ ପହଁଚିବାପରେ କର୍ମଚାରୀମାନେ ମୁଖ୍ୟ ଫାଟକକୁ ସାଧାରଣ ଲୋକମାନଙ୍କ ପାଇଁ ବନ୍ଦ କରିଥିବାର ଦେଖିବାକୁ ମିଳିଛି ଯାହାଫଳରେ ଆଖପାଖ ଗ୍ରାମରୁ ଚିକିସ୍‌ାପାଇଁ ଆସୁଥିବା ରୋଗୀମାନେ ଫେରିକରି ଯାଉଛନ୍ତି ।ଏହି କେନ୍ଦ୍ରରେ ହୋଇଥିବା କୋଭିଡ ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବନ୍ଦ କରାଯାଇଛି ।ଖବରପାଇ ସ୍ୱାସ୍ଥ୍ୟବିଭାଗର ମୋବାଇଲଟିମ୍ ଆସି ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସାନିଟାଇଜ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପୁର୍ଣ ଠପ୍ ହୋଇଯାଇଥିବାର ଗୁରୁବାର ସନ୍ଧ୍ୟା ସୁଦ୍ଧା ଦେଖିବାକୁ ମିଳିଛି ।(ଗୈତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.