ମିଳିଲା ଗାରିମା ପୁରସ୍କାର

0 277

ଭୁବନେଶ୍ୱର,୨୨/୧୧-ଭୁବନେଶ୍ୱର ବ୍ଲକ ଅଧିନସ୍ଥ ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟ କୁ ମିଳିଲା ଗାରିମା ପୁରସ୍କାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ୱାରା ପରିଚାଳିତ ଉତଥାନ ଓ ଉଜ୍ୱଳ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରାୟ ୨୧ହଜାରେ ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଛତ୍ରଛାତ୍ରୀମାନଙ୍କୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୪ହଜାରେ ସ୍କୁଲକୁ ବ୍ରୋଞ୍ ପଦକ ପାଇବା ପାଇଁ ମନୋନୀତ ହୋଇଥିଲେ । ଖୋର୍ଦ୍ଧାଜିଲ୍ଲା ତରଫରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲଠାରେ ପ୍ରମାଣପତ୍ର ପ୍ରଦାନ ଉସ୍ ବ ହୋଇଥିଲା ।ଏଠାରେ ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟ ଗାରିମା ପୁରସ୍କାର ସହ ବ୍ରୋଞ୍ ପଦକ ପାଇବା ପାଇଁ ମନୋନୀତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁର୍ଣଚନ୍ଦ୍ରଜେନା ବିଦ୍ୟାଳୟକୁ ପ୍ରଦତ ଗାରିମା ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ଏହପରେ ମେଣ୍ଢାଶାଳ ଗ୍ରାମବାସୀମାନେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆସନ୍ତା ଡିସେମ୍ବର ପ୍ରଥମ ସସ୍ତାହରେ  ସିଲଭର୍ ପୁରସ୍କାର ଅନୁଷ୍ଠିତ କରାଯାଇ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.