ଚାଷୀଙ୍କୁ ମିଳିଲା ପିଏମ କିଷାନ କିସ୍ତି

0 402

ଭୁବନେଶ୍ୱର,୩୧/୫(ଏସଏସନିଉଜ)ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି ଏକାଦଶ କିସ୍ତି। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୧ ହଜାର କୋଟି। ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ସିମଲାରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।ଏହିଅବସରରେ ଗରିବ କଲ୍ୟାଣ ସମ୍ମେଳନରେ ମୋଦିଙ୍କ ଉଦବୋଧନ ଦେଇ ଗତ ୮ ବର୍ଷ ହେଲାଣି ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବିନି। ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି। ଭାରତବାସୀଙ୍କୁ ସୁଖଶାନ୍ତି କିଭଳି ମିଳିବ, ନିରନ୍ତର କାମ କରିଚାଲିଛି। ଭାରତୀୟଙ୍କ ମଙ୍ଗଳ ଓ ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ।

 

Leave A Reply

Your email address will not be published.