ମୋବସ-ବୁଲେଟ ମୁହାଁମୁହିଁ ଧକାରେ ଚାଲିଗଲା ଜଣଙ୍କ ଜୀବନ

0 628

ବାରଙ୍ଗ,୧/୪(ଏସ ଏସ ନିଉଜ)କଟକ ସୁବାଷ ବୋଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି।ଅନ୍ୟଜଣେ ଗୁରୁତର ଅଛନ୍ତି।ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ସୁବାଷ ବୋଷ ସେତୁ ଉପରେ କଟକରୁ ଭୁବନେଶ୍ୱର ଆଭିମୁଖେ ଆସୁଥିବା ଏକ ମୋ ବସ ସହିତ ବିପରୀତ ଦିଗରୁ ଆସୁଥିବା ଏକ ବୁଲେଟ ସହ ମୁହାମୁହିଁ ଧକ୍କା ହୋଇଥିଲା।ଧକ୍କା ହେବା ଫଳରେ ବୁଲେଟରେ ବସିଥିବା ଦୁଇଜଣଙ୍କ ମଧ୍ୟରୁ ଗାଡ଼ି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି।ମୃତକ ଜଣକ ହେଉଛନ୍ତି କଟକ ମଙ୍ଗଳାବାଗ ନାୟକସାହିର ଅମିତ କୁମାର ସାହୁ (୨୯)।ଗୁରୁତର ଜଣକ ହେଉଛନ୍ତି ବିକାଶ ରଞ୍ଜନ ପରିଡ଼ା (୩୫)।ଉଭୟ ଭୁବନେଶ୍ୱରରେ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରନ୍ତି।ତେବେ କାର୍ଯ୍ୟ ସାରି ଏକାଠି ଫେରୁଥିବା ସମୟରେ ଏପରି ଘଟଣା ଘଟିଛି।ଏହି ଖବର ପାଇ ମର୍କତନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଲେଟ ଓ ବସଟିକୁ ଜବତ କରି ତଦନ୍ତ ଜାରି ରଖିଛି।ଏହି ଘଟଣା ପରେ ମୃତକଙ୍କ ପରିବାର ପକ୍ଷରୁ ମର୍କତନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।

Leave A Reply

Your email address will not be published.