ଏମ.ଜେ ସ୍ମାଇଲ ବାଟିଂଲା ସାମଗ୍ରୀ ଓ ସାନିଟାଇଜର

0 217

ଡେଲାଙ୍ଗ ୬/୪(ଏସଏସନିୟୁଜ) ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ସାମାଜିକ ଅନୁଷ୍ଠାନ ଏମ.ଜେ.ସ୍ମାଇଲ ପକ୍ଷରୁ ଜନସାଧାରଣଙ୍କୁ ମହାମାରୀ କରୋନା ସଚେତନତା ସମ୍ପର୍କରେ ଅବଗତ କରାଇବା ସମେତ ସରକାରଙ୍କ ଲକଡାଉନ ମାନି ଘରେ ରହିବା ଦ୍ୱାରା ନିଜେ ଓ ଘରର ସମସ୍ତ ସଦଶ୍ୟ କରୋନାରୁ ଦୂରେଇ ରହିପାରିବେ ବୋଲି ଅନୁଷ୍ଠାର ସଦଶ୍ୟ ମାନେ ଜନସାଧାରଣଙ୍କୁ ବୁଝାଇଥିଲେ ।

ଏହା ସହିତ ଜେନାପୁର ,ଗୋବିନ୍ଦପୁର ,କଲ୍ୟାଣପୁର,ନୂଆହାଟ,ହାକପଡା, ପଂଚୁପଲ୍ଲା ପ୍ରଭୃତି ଗ୍ରାମରେ ଅସହାୟ ପରିବାର ମାନଙ୍କୁ ଚୁଡା,ଚାଉଳ, ଡାଲି,ଚିନି,ତେଲ,ଲୁଣ,ସାବୁନ ଓ ସାନିଟାଇଜର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦଶ୍ୟ ମନୋରଞ୍ଜନ ଜେନା,ଅଜିତ ରାୟ,ଜିତେନ୍ଦ୍ର ଚହଟରାୟ, ସତ୍ୟନାରାୟଣ ପ୍ରଧାନ,ବିଶ୍ୱଭୂଷଣ ସ୍ୱାଇଁ,ସୌରଭ ରାୟ ,ଚନ୍ଦ୍ରକାନ୍ତ ଜେନା ,ଦିଲ୍ଲିପ କୁମାର ନାୟକ ,ପ୍ରଦୀପ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ବଂଟନ କରିଥିଲେ ।

Leave A Reply

Your email address will not be published.