ମୋବାଇଲ ଓ ଟଙ୍କା ଛଡାଇନେବା ମହଙ୍ଗା ପଡିଲା

0 105

ମେଣ୍ଢାଶାଳ୧୨|୬(ଏସଏସନିଉଜ)ସୋମବାର ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ଅଞ୍ଚଳର ଇମ୍ଫୋଭ୍ୟାଲି ଥାନା ପୋଲିସ ଜଣେ ଯୁବକଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଛଡାଇ ନେଇ ଯାଇଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଇମ୍ଫୋଭ୍ୟାଲି ଅନ୍ତର୍ଗତ ହରପୁର ଗ୍ରାମର କିଶୋର ସିଂହ (୨୩)ଓ ମଳୟ ଦଳେଇ (୨୬)।
ଖବର ଅନୁଯାୟୀ ଗତ ୭ ତାରିଖ ଦିନ ଅପରାହ୍ନରେ ରଞିତ ବେହେରା ନାମକ ବ୍ୟକ୍ତି ଏବଂ ତାଙ୍କର ଜଣେ ବନ୍ଧୁ ହରପୁର ଗ୍ରାମରେ ଥିବା ଏକ ପୋଖରୀ ନିକଟରେ ବସି କଥା ହେଉଥିବା ସମୟରେ କିଶୋର ଓ ମଳୟ ସେଠାରେ ପହଞ୍ଚି ପାଖରେ ଥିବା ମୁଲ୍ୟବାନ ସାମଗ୍ରୀ ସବୁକୁ ସେମାନଙ୍କୁ ଦେଇଦେବା ଲାଗି ଧମକାଇ ଥିଲେ । ରଞିତ ଏବଂ ତାଙ୍କ ବନ୍ଧୁ ସେମାନଙ୍କୁ ବିରୋଧ କରିବାରୁ ଦୁଇ ଅଭିଯୁକ୍ତ ସେମାନଙ୍କୁ ପ୍ରବଳ ମାଡ଼ ମାରିବା ସହିତ ଉଭୟଙ୍କ ପାଖରେ ଥିବା ଦୁଇଟି ମୋବାଇଲ ଫୋନ ଏବଂ ମନି ପର୍ସ ଛଡାଇ ନେଇ ଯାଇଥିଲେ।ଏନେଇ ଇମ୍ଫୋଭ୍ୟାଲି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଜି ଚଢଉକରି ପୋଲିସ ଦୁଇଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ଲୁଟ ହୋଇଥିବା ୨ଟି ମୋବାଇଲ ଫୋନ ଜବତ କରି କୋର୍ଟଚାଲାଣ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.