ମୋବସ୍- କାର୍ ଧକ୍କାରେ ଚାଲିଗଲାଜୀବନ

0 79

ପୁରୀ,୧୮ା୯(ଏସଏସନିଉଜ) ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋବସ ସହ କାରଧକ୍କା ହେବାରୁ କାରଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଥିବାବେଳେ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ମୋବସଟି ଏକ ଗଛରେ ପିଟିହୋଇଛି । ଅଗ୍ନିଶମବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଛନ୍ତି ।ଏକ କାରରେ ୫ଜଣ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିବାବେଳେ ମେରାଇନ ଡ୍ରାଇଭରେ ମୋ ବସ୍ ସହ ଧକ୍କା ହୋଇଥିଲା।ମୃତକ ହେଉଛନ୍ତି କଟକ ମଧୁପଟଣା ଥାନା ଅନ୍ତର୍ଗତ ଖାନନଗରରେ ରହୁଥିବା ଖୋର୍ଦ୍ଧା ଭିଙ୍ଗାରପୁରର ମୃଣାଳ ମନ୍ମୟ ଦାଶ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.