ନାଳ ପାରହେଲାବେଳେ ଭାସିଗଲେ ୩

0 70

ସୁନ୍ଦରଗଡ଼, ୧୮ା୯(ଏସଏସନିଉଜ) ଗତକାଲି ରାତିରେ ସଦରଥାନା କରମଡିହି ନିକଟ ଫଟାଟାଙ୍ଗରଗାଁରେ ୩ଜଣ ଯୁବକ ବାଇକରେ ଭରାନାଳ ପାରହେଉଥିବାବେଳେ ଭାସିଯାଇଥିଲେ ।ସେଥିମଧ୍ୟରୁ ୨ଜଣ କୈାଶଳ କ୍ରମେ ପହଁରି ପଳାଇଆସିଥିବାବେଳେ ଜଣେ ନିଖୋଜ ହୋଇଯାଇଥିଲେ । ଆଜି ସକାଳୁ ଅଗ୍ନିଶମ ବାହିନୀ ଫଟାଟାଙ୍ଗରର କୈଳାସବୁଡନାମକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । କୈଳାସବୁଡ ,ରମେଶଟପ୍ପୋ ଓ ସମେଲଏକ୍କା ଏକ ବାଇକରେ ଭରାନାଳ ପାରହେଉଥିବାବେଳେ ଏହି ଅଘଟଣ ଘଟିଥିଲା ।

Leave A Reply

Your email address will not be published.