ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ

0 517

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୩୦/୦୬/୨୦, ମଙ୍ଗଳବାର
୧-ଚାଇନା ଉପରେ ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ: ବ୍ୟାନ୍ ହେଲା ଟିକ୍‌ଟକ୍ ସହ ୫୯ ଆପ।
୨-ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମ୍‌ଡେସିଭିର୍।
୩-୩ଜଣ ଆଇଏଏସଙ୍କ ବଦଳି ପରେ ରାଜ୍ୟ ସରକାର ଗତକାଲି ୧୫ଜଣ ଓଏଏସଙ୍କୁ ବଦଳି ନିର୍ଦେଶ ଜାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
୪-ବାହୁଡ଼ା ଯାତ୍ରା ନେଇ ସମୟ ନିର୍ଘଣ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ ଜୁଲାଇ ୧ ତାରିଖ ସକାଳ ୮ଟାରୁ ୧୦ଟା ମଧ୍ୟରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି,୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଛେରାପହଁରା,ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ପାଇଁ ସମୟ ନିର୍ଘଣ୍ଟ ହୋଇଛି।
୫-ଜୁଲାଇ ମାସରେ କରୋନା ମୁକାବିଲା ପାଇଁ ୯ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । ମାସ୍କ ନପିନ୍ଧିଲେ, ସାମାଜିକ ଦୂରତା ରକ୍ଷା ନକଲେ ଜିରୋ ଟଲରାନ୍ସ ଆଭିମୁଖ୍ୟ ପାଇଁ ନିର୍ଦ୍ଦେଶ ।
୬-ବିଦେଶୀ ପରେ ଦେଶୀକୁ ଅନୁମତି: ଏବେ ଦେଶୀ ମଦ ହୋମ୍ ଡେଲିଭରି, ବୋତଲ ପିଛା ଚାର୍ଜ ୧୦ ଟଙ୍କା ।
୭-କରୋନା ସଂକ୍ରମଣର ମାତ୍ରା ପରଖିବାକୁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ସେରୋଲଜିକାଲ ସର୍ଭେ ପୁରୀ, ଭୁବନେଶ୍ୱର(ବିଏମସି), କଟକ ଓ ପୁରୀ ଜିଲ୍ଲା ସମେତ ୯ଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ ହୋଇଛି।
୮-ଅନଲକ୍-୧ ଶେଷ ହେବା ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । କରୋନା ମହାମାରୀ ରୋକିବାକୁ ମହାରାଷ୍ଟ୍ରରେ ୩୧ ଜୁଲାଇ ଯାଏଁ ଲକଡାଉନ୍ ବୃଦ୍ଧି
୯-ଆସନ୍ତା ୪ ଦିନ ସାରାରାଜ୍ୟରେ ବର୍ଷା ! ୨୪ ଘଂଟା ଭିତରେ ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ହୋଇପାରେ ପ୍ରବଳ ବର୍ଷା; ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି।
୧୦-କରାଚୀ ଷ୍ଟକ୍ ଏକ୍ସଚେଞ୍ଜ ଭିତରେ ପଶିଲେ ଆତଙ୍କବାଦୀ । ଆତଙ୍କବାଦୀଙ୍କ ହମଲାରେ ୫ଜଣ ମୃତ, ୩ ଆହତ । ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡିଂରେ ୨ ଆତଙ୍କୀ ଲୁଚିଥିବା ସୂଚନା ।
୧୧-ଗତ କାଲି ରାଜ୍ୟରେ ପୁଣି ୨୪୫ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଲା।ଓ ସୁସ୍ଥ ହେଲେ ଓଡ଼ିଶାରେ ସୁସ୍ଥହେଲେ ୨୦୩ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥହେଲେଣି ୪୯୪୬ ଜଣ।
୧୨-ଆଜିସରୁଛି ଅନ୍‌ଲକ୍ ୧। ଆରମ୍ଭ ହେବ ଅନ୍‌ଲକ୍ ୨। ତେବେ ବିଦ୍ୟାଳୟ, କଲେଜ, ଶିକ୍ଷା ଏବଂ କୋଚିଂ ଅନୁଷ୍ଠାନ ୩୧ ଜୁଲାଇ, ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିବ। – ଅନଲାଇନ୍ ଶିକ୍ଷା ଅନୁମତି ଜାରି ରହିବ।କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି।

Leave A Reply

Your email address will not be published.