ମୋପରିବାର ପାଇଁ ଫେରିପାଇଲେ ମୃତଦେହ

0 214

ଭୁବନେଶ୍ୱର ,୯/୨(ଏସ୍‌ଏସ୍‌ନିୟୁଜ) ଜାପାନର ଟୋକିଓ ସହରର ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟକରୁଥିବା ବାଲେଶ୍ୱରର କମର୍ଦ୍ଦାର ଶେଖ ମଂଟାଜ ଓ ବଡଚଣାର ସେଖ୍ ବାହାରୁଦ୍ଦିନଙ୍କର ମୃତ୍ୟୁ ଘଟିଛି ।ହୋଟେଲରେ କାମ କରୁଥିବାବେଳେ ଗ୍ୟାସ ନିର୍ଗତ ହୋଇ ଶ୍ୱ।ସରୁଦ୍ଧ ହୋଇ ମୃତ୍ୟୁଘଟିଥିଲା । ମୋପରିବାର ସହାୟତା ଯୋଗୁ ସେମାନଙ୍କ ମୃତଦେହ ସେମାନଙ୍କ ପରିବାର ଲୋକ ପାଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଫଳରେ ମୋପରିବାରର ଆବାହକ ଅରୁପ ପଟ୍ଟନାୟକ ଜାପାନରେ ଥିବା ଭାରତୀୟଦୁତବାସ ସହ କଥାହେବାପରେ ଓଡିଆ ଯୁବକଙ୍କର ଏହି ମୃତଦେହକୁ ସେମାନଙ୍କ ପରିବାର ଲୋକ ପାଇପାରିଛନ୍ତି । କୋଲକତାର ନେତାଜୀ ସୁବାସ ଚନ୍ଦ୍ରବୋଷ ବିମାନବନ୍ଦରରେ ବିମାନ ଯୋଗେ ଓଡିଆ ଯୁବକଦ୍ୱୟଙ୍କର ମୃତଦେହ ଆଜି ଆସିଥିଲା । ସେଠାରେ ତାଙ୍କ ପରିବାର ଲୋକଙ୍କୁ ଅରୁପ ପଟ୍ଟନାୟକ ମୃତଦେହକୁ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.