ଭୁବନେଶ୍ବର, ୧୩/୧୧(ଏସଏସନିୟୁଜ) ମର୍ଣ୍ଣିଂୱାକ୍ ସୁଯୋଗରେ ଘରେ କଳାକନା ବୁଲାଇଲେ ଦୁର୍ବୁତ ।ଘରଭିତରୁ ୬୫ ହଜାର ଟଙ୍କା ନେଇ ପଳାଇଥିଲେ ।ଏହି ଘଟଣା ତମାଣ୍ଡୋ ଥାନା କଳିଙ୍ଗବିହାର ଅଞ୍ଚଳରେ କେ-୪ ସ୍ଥିତ ୧୦୪୯ନଂ ପ୍ଲଟରେ ଘଟିଛି । ଶୁକ୍ରବାର ଦିନ ସକାଳୁ ସୌମ୍ୟରଞ୍ଜନ ଜେନା ମର୍ଣ୍ଣିଂ ୱାକ୍ରେ ଯିବାସହ ଘରରଚାବି ଜୋତା ଷ୍ଟାଣ୍ଡରେ ଲୁଚାଇ ଚାଲିଗଲେ। ୧ ଘଣ୍ଟାପରେ ଫେରିବା ବେଳକୁ କବାଟ ଖୋଲା ଥିବା ଦେଖି ବ୍ୟତିବ୍ୟସ୍ତ ହୋଇ ଚାବି ଖୋଜିାବବେଳେ ଚାବି ନଥିବାର ଜାଣିବାକୁ ପାଇଥିଲେ ।ପରେ ଘରଭିତକୁ ଯାଇ ୬୫ହଜାର ଟଙ୍କା ଲୁଟି ନେଇଥିବାର ଜାଣିବାକୁପାଇଥିଲେ ।

