ମୃତ୍ୟୁଛାତ୍ରୀର ହେବ ଡାୟଟମ୍ ଟେଷ୍ଟ

0 680

ବାରଙ୍ଗ,୨୧/୮(ଏସଏସନିୟୁଜ) ରଘୁନାଥପୁର ଗାଁମୁଣ୍ଡରେ ଥିବା ଷଡଙ୍ଗୀ ଫାର୍ମହାଉସ୍ର ପୋଖରୀରୁ ସନ୍ଦେହଜନକ ଭାବେ ମିଳିଥିବା ଛାତ୍ରୀର ମୃତଦେହ ଉଦ୍ଧାର ଘଟଣା ପରେ ଅଦ୍ୟାବଧି ମୃତ୍ୟୁର ପକୃତ କାରଣ ପୋଲିସ ହାତରେ ଲାଗିପାରିନାହିଁ । ଛାତ୍ରୀ ଜଣକ ସେହି ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି କିମ୍ବା ଅନ୍ୟ କେଉଁ ସ୍ଥାନରେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଚଳାଇଛି । ମୃତ ଛାତ୍ରୀଙ୍କ ହେବ ଡାଏଟମ୍ ଓ ଭିସେରା ଟେଷ୍ଟ, ବିଷକ୍ରିୟାରୁ ମୃତ୍ୟୁ ହୋଇଛି କି ନାହିଁ ଭିସେରା ଟେଷ୍ଟରୁ ଜଣାପଡ଼ିବ ଓ ଫାର୍ମହାଉସ୍ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି କି ନାହିଁ ଡାଏଟମ୍‌ରୁ ଜଣାପଡ଼ିବ । ଛାତ୍ରୀଙ୍କ ଡାୟଟମ୍ ଟେଷ୍ଟ ପାଇଁ ଫରେନସିକ୍ ଲାବକୁ ନନ୍ଦନକାନନ ପୋଲିସ ନମୁନା ପଠାଇଲା । ଫାର୍ମ ହାଉସରେ ଝିଅର ମୃତଦେହ ଉଦ୍ଧାର ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସେପଟେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ପୋଲିସ ବି ଟେର୍ ପାଉନି । (ଗୈାତମରାଉତଙ୍କରିପୋର୍ଟ)

 

Leave A Reply

Your email address will not be published.