ବାରଙ୍ଗ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର

କଟକ,୩୧। ୭(ଏସଏସନିଉଜ) ବାରଙ୍ଗ ରେଳ ଷ୍ଟେସନ ନିକଟରୁ ଗୁରୁବାର ଦିନ ଜଣେ ଅଚିନ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି ଫାଣ୍ଡି ପୁଲିସ। ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ। ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ରେଳ କର୍ମଚାରୀ ଦେଖି ଜିଆରପି ପୁଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ଏଏସଆଇ ପରମାନନ୍ଦ ବେହେରା ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତର ଖାନା ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ଯୁବକ ଜଣକ ବୟସ ୫୫ରୁ ୬୦ହେବ ବୋଲି ଅନୁମାନ କରାଯାଉଛି।ବ୍ୟକ୍ତି ଜଣକ ପାଟିରୁ ରକ୍ତ ବାହାରୁଥିବାବେଳେ ନାଲି କଳା ରଙ୍ଗର ଚେକ ସାର୍ଟ ଓ କଳା ରଙ୍ଗର ହାପ ପ୍ୟାଣ୍ଟ ପିନ୍ଧିଛି।

- Advertisement -

Leave A Reply

Your email address will not be published.