ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ମେଣ୍ଢାଶାଳ ପୋଲିସ ଆଉଟପୋଷ୍ଟ ହେବ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ

0 92

ଭୁବନେଶ୍ବର,୧୬।୩(ଏସଏସନିଉଜ)ଭୁବନେଶ୍ବର ସହରାଞ୍ଚଳ ପୋଲିସଜିଲ୍ଲା ମଧ୍ୟରେ ମେଣ୍ଢାଶାଳଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳଭାବେ ଗଢିଉଠୁଛି ।ସେହିଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସଷ୍ଟେସନ (Industrial Police Station)ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି ନୂତନ ପୋଲିସଷ୍ଟେସନଟି ୧୫୦ ବର୍ଗ କିଲୋମିଟର ପରିମିତ ଏବଂ ଏକଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୪ଟି ଗ୍ରାମପଞ୍ଚାୟତ ଏବଂ ବିଏମସିର ଗୋଟିଏ ୱାର୍ଡକୁ ଆଂଶିକଭାବେ ନେଇ କାର୍ଯ୍ୟ କରିବ।
ଏଥିପାଇଁ ୩୪ଟି ନୂଆପଦବୀ ସୃଷ୍ଟି କରାଯିବ।ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀଅଛନ୍ତି ଏବଂ ୨ଟି ପଦବୀ ଏସ୍‌.ପି ପୋଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ।ଏହିପରି ଏହିଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ ।ଏହି ୩୪ଟି ନୂତନପଦବୀ ଗୁଡିକ ହେଉଛି ଗୋଟିଏ ଇନ୍‌ସପେକ୍ଟର,୪ଟିଏସଆଇ , ୬ଟି ଏ.ଏସ୍‌.ଆଇ,୨ଟି ହାବିଲଦାର ଓ ୨୧ଟି କନେଷ୍ଟବଳ ।ପୂର୍ବରୁ ଥିବା ୫ଟି ପଦବୀ ହେଉଛି ଗୋଟିଏ ସବ୍‌ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ।

Leave A Reply

Your email address will not be published.