ମୁମ୍ବାଇରେ କରୋନାର କରାଳ ରୂପ

ସକାଳର ଖବର, ୦୭-ଜାନୁଆରୀ-୨୦୨୨,ଶୁକ୍ରବାର

0 593

୧-ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପକ୍କା ଘର ପାଇଥିବା ପ୍ରତ୍ୟେକ ପରିବାର ପାଇଁ ୩ହଜାର ଟଙ୍କା ଘର ମରାମତି ଅନୁକମ୍ପା ରାଶି ର ଶୁଭାରମ୍ଭ କରିବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨-କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ପତାକା ଉତ୍ତୋଳନ କରିବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
୩-ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ହେବ ଦୋକାନ ବଜାର ବନ୍ଦ , ୫୦% କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ । ଲାଗୁହେଲା ନୂଆ ନିୟମ ।
୪-କଟକରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣି ବ୍ୟବସ୍ଥା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୭୯୦ କୋଟି ଟଙ୍କାର ପ୍ରକଳ୍ପ କଲେ ଉଦ୍ଘାଟିତ ।
୫-କଡାକଡି ହେଲା ନିୟମ, ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ହେବ କୋଭିଡ ପରୀକ୍ଷା ।
୬-ଆସନ୍ତା ୧୦ ତାରିଖଠାରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା । ଏ ନେଇ ଭୁବନେଶ୍ବରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସିଲା ସୂଚନା ।
୭-ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।
୮-ପୁରୀରୁ ହଟିଆ ଅଭିମୁଖେ ଗଡ଼ିଲା ତପସ୍ଵିନୀ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ରେଳମନ୍ତ୍ରୀ । ଏହି ରେଳ ପୁରୀ ଠାରୁ ଆରମ୍ଭ କରି ହଟିଆ ପର୍ଯ୍ୟନ୍ତ ୬୯୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବ । ଦେଶର ପ୍ରାୟ ୧୪ଟି ପ୍ରମୁଖ ରେଳ ଷ୍ଟେସନକୁ ଏହା ଯୋଡିବା ସହ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଏହା ସଂଯୋଗ କରିବ ।
୯-ବଢିଲା ବିଧାୟକ ଓ ସାଂସଦଙ୍କ ନିର୍ବାଚନ ଖର୍ଚ୍ଚ ସୀମା । ସାଂସଦଙ୍କ ନିର୍ବାଚନୀ ଖର୍ଚ୍ଚକୁ ୯୫ ହଜାର ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚକୁ ୪୦ ହଜାରକୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ଯଥାକ୍ରମେ ୭୦ ଲକ୍ଷ ଏବଂ ୨୮ ଲକ୍ଷ ଥିଲା ।
୧୦-ଆଜିଠାରୁ ନନ୍ଦନକାନନ କାଉଣ୍ଟରରେ ମିଳିବନି ଟିକେଟ୍ । ଅନଲାଇନରେ ଉପଲବ୍ଧ ହେବ ଟିକେଟ୍ । ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ଼ ଜମିଥିବା ଦେଖି ପ୍ରଶାସନ ନେଲା ଏଭଳି ନିଷ୍ପତ୍ତି ।
୧୧-ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର ଜାରି ହେବ ମାଇକ୍ରୋ ଚିପ୍ ଇ-ପାସପୋର୍ଟ। ଯେଉଁଥିରେ ପାସପୋର୍ଟ ଧାରକଙ୍କ ସୁରକ୍ଷିତ ବାୟୋମେଟ୍ରିକ ଡାଟା ମହଜୁତ ହୋଇ ରହିବ ।
୧୨-ମୁମ୍ବାଇ ରେ କରୋନା ର କରାଳ ରୂପ : ଗତ ୨୪ ଘଣ୍ଟାରେ ୨୦ ହଜାର ନୂଆ ଆକ୍ରାନ୍ତ ହେଲେ ଚିହ୍ନଟ ; ସେହିଭଳି ମହାରାଷ୍ଟ୍ରରେ ହେଲେ ୩୬ ହଜାରରୁ ଅଧିକ ଚିହ୍ନଟ ।
୧୩-ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ମାମଲା ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୨୭ ଆଇପିଏସ  ।
୧୪-ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସୁରକ୍ଷାରେ ତ୍ରୁଟି ଗ୍ରହଣୀୟ ନୁହେଁ ।
୧୫-ଆନ୍ତଃରାଜ୍ୟ ଟ୍ରାନ୍ସମିସନ ପ୍ରଣାଳୀ-ସବୁଜ ଇନ୍ଧନ କରିଡର ୨ୟ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୨,୦୩୧ କୋଟି ଟଙ୍କା ,ମିଳିଲା କ୍ୟାବିନେଟ ର ମଞ୍ଜୁରି ।
୧୬-ରାଜ୍ୟ ହେଉ କି ଦେଶ, ତୃତୀୟ ଲହରରେ ହୁ ହୁ ମାଡୁଛି କରୋନା ସଂକ୍ରମଣ। ଦେଶରେ ଦୈନିକ ପଜିଟିଭ୍ ସଂଖ୍ୟା ଗତକାଲି ୯୦ ହଜାର ପାର କରିଥିବାବେଳେ ରାଜ୍ୟରେ ବି ୨ହଜାର ମୁହାଁ ହେଲାଣି।
୧୭-ଚୀନ, ଉତ୍ତର-କୋରିଆର ମୁକାବିଲା ପାଇଁ ହାଇପରସୋନିକ ମିସାଇଲର ପରୀକ୍ଷଣ କଲା ଦକ୍ଷିଣ-କୋରିଆ ।
୧୮-ତେଲଦର ବଢିବାରୁ କାଜାଖସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ! ହିଂସା ଯୋଗୁଁ ହୋଇଥିବା ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ମୃତକଙ୍କ ମଧ୍ୟରେ ସାଧାରଣ ଲୋକ ଓ ପୁଲିସ କର୍ମୀ ଅଛନ୍ତି ।
୧୯-ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ୭ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା ୨୦-ତିନି ଫର୍ମାଟ୍ରେ ବିରାଟ କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ, ଅନ୍ତର୍ଜାତୀୟ କ୍ରିକେଟ୍ରେ ଘଟିଲା ପ୍ରଥମ ଥର ।
୨୧-୨୦୨୨ ବିଶ୍ୱକପ୍ ପାଇଁ ୧୫ ଜଣିଆ ମହିଳା ଦଳ ହେଲା ଘୋଷିତ, ମିତାଲି ରାଜ୍ ତୁଲାଇବେ ଅଧିନାୟକ ପଦ ।
ଓମିକ୍ରନ୍ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସମସ୍ତଙ୍କ ସୁରକ୍ଷା ପାଇଁ ମାସ୍କ୍ ବ୍ୟବହାର କରି କୋଭିଡ୍ ର ସମସ୍ତ ନିୟମ ପାଳନ କରନ୍ତୁ ।।ଶୁଭ ସକାଳ,ସୁପ୍ରଭାତହଜାରେ ଝଗଡ଼ା ପରେ ମଧ୍ୟ ଯେଉଁ ସଂପର୍କ ତଥାପି ଶକ୍ତ ରହିଥାଏ , ତାହା ହେଉଛି ବନ୍ଧୁତା ବା ଭଲ ପାଇବା।।

Leave A Reply

Your email address will not be published.