ଗାଡିସୋରୁମ କର୍ମଚାରୀଙ୍କ ମୁଣ୍ଡଫଟାଇ ବନ୍ଧା ହେଲେ

ମେଣ୍ଢାଶାଳ,୩ା୯(ଏସଏସନିଉଜ)ଧାର ଦେଇ ସେହି ଟଙ୍କାକୁ ଆଦାୟକରିବାକୁ ନେଇ ଜଣଙ୍କୁ ଇଙ୍କାରେ ଛେଚି ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫକରି କୋର୍ଟଚାଳଣକରିଛି ।ସିଏ ହେଉଛନ୍ତି ଓଡଗାଁର ସୋମ୍ୟରଞ୍ଜନ ଦାସ (୨୫)ା
ପ୍ରକାସ ଯେ, ଗୋଠପାଟଣା ପାଖରେ ଥିବା ଜ୍ୟୋତି ମଟର ଗାଡି ସୋରୁମରେ ଅଚୁ୍ୟତ ପ୍ରଧାନ (୩୦) ନାମକ ଯୁବକ କାମ କରନ୍ତି ।ସେ ଓଡଗାଁର ସୋମ୍ୟରଞ୍ଜନ ଦାସଙ୍କଠାରୁ କିଛିଟଙ୍କା ଧାରସୁତ୍ରରେ ଆଣିଥିଲେ ।ଏହି ଟଙ୍କାକୁନେଇ ଉଭୟଙ୍କ ମଧ୍ୟରେ ବହୁସମୟରେ ପାଟି ତୁଣ୍ଡ ହୁଏ ।ବୁଧବାର ସକାଳେ ସୋମ୍ୟରଞ୍ଜନ ସୋରୁମରେ ପହଁଚି ଧାରନେଇଥିବା ଟଙ୍କା ଫେରାଇ ବାକୁ ଅଚୁ୍ୟତକୁ କହିଥିଲେ ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହେବାରୁ ସୋରୁମ ବାହାରକୁ ପଳାଇଆସିଥିଲେ ।ସୋଇରୁମ ବାହାରେ ପଡିଥିବା ଏକ ଇଟାଖଣ୍ଡକୁ ସୋମ୍ୟରଞ୍ଜନ ଆଣି ଅଚୁ୍ୟତଙ୍କ ମୁଣ୍ଡକୁ ପିଟିଦେବାରୁ ମୁଣ୍ଡଫାଟିଯାଇଥିଲାା ଏହାପରେ ସୋରୁମର ଅନ୍ୟକର୍ମଚାରୀମାନେ ସୋମ୍ୟକୁ ଅଟକାଇ ଚନ୍ଦକାଥାନାକୁ ଖବର ଦେଇଥିଲେ ।ପୋଲିସ ଆସି ଆହତ ଅଚୁ୍ୟତଙ୍କୁ ଡାକ୍ତରଖାନାକୁ ପଠାଇବାସହ ସ୍ୟୋମ୍ୟଙ୍କୁ ଥାନାକୁ ନେଇଥିଲା ।ଅଚୁ୍ୟତଙ୍କ ଅଭିଯୋଗ ଆଧାରରେ ପୋଲିସ ୩୪୮/୨୫ କେଶନଂରେ ଏକ ମକଦ୍ଦମାରୁଜୁକରି ସ୍ୟୋମ୍ୟଙ୍କୁ ଗିରଫକରି କୋର୍ଟଚାଳଣ କରିଛିା (ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.