ମୁଣ୍ଡ ନେଉଛି କୁଆଖାଇ

0 485

ବାରଙ୍ଗ,୫/୧୧(ଏସଏସନିୟୁଜ) ବାରଙ୍ଗ ଥାନା ଅଧୀନସ୍ଥ ନରଣପୁର ଗ୍ରାମ ନିକଟସ୍ଥ କୁଆଖାଇ ନଦୀରେ ବୁଡି ଜଣେ ଯୁବକ ମୃତ।ମୃତକ ଜଣକ ହେଉଛନ୍ତି ଉକ୍ତ ଥାନା ଅଧିନସ୍ଥ କୁସିନ୍ଦା ଗ୍ରାମର ପ୍ରଶାନ୍ତ ମୁଦୁଲି (୩୫)।ସୂଚନାନୁସାରେ ଶୁକ୍ରବାର ପୂର୍ବାହ୍ନ ସମୟରେ ପ୍ରଶାନ୍ତ ନିଜ ପୁତୁରା ସହ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ।ଗାଧୋଉଥିବା ସମୟରେ ତାଙ୍କ ପୁତୁରା ନଦୀ ସୁଅରେ ବୁଡ଼ି ଯାଉଥିବା ଦେଖି ସେ ତାଙ୍କୁ ବଞ୍ଚାଇବାକୁ ପାଣିର ସ୍ରୋତ ମଧ୍ୟକୁ ଚାଲି ଯାଇଥିଲେ।ଚିତ୍କାର ଶୁଣି ନିକଟରେ ଥିବା ଲୋକେ ସଙ୍ଗେ ସଙ୍ଗେ ଆସି ପିଲାଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ।ହେଲେ ପ୍ରଶାନ୍ତ ନଦୀରେ ବୁଡ଼ି ଯାଇଥିଲେ।ଏନେଇ ଉପସ୍ଥିତ ଲୋକେ ବାରଙ୍ଗ ଥାନା ଏବଂ ବାରଙ୍ଗ ଦମକଳ ବାହିନୀକୁ ଖବର ଦେଇଥିଲେ।ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଲୋକମାନେ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିସାରିଥିଲେ।ସଙ୍ଗେ ସଙ୍ଗେ ତାଙ୍କୁ ପିସିଆର ଯୋଗେ କଟକ ବଡ଼ ଡ଼ାକ୍ତରଖାନା ନିଆଯାଇଥିଲା।ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ଏନେଇ ବାରଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.