ମିଳିଲା ଜଣଙ୍କର ମୃତଦେହ

ବାଲିଅନ୍ତା, ୫/୧୧(ଏସଏସନିୟୁଜ) ପଅରଦିନ ବିଳମ୍ବିତ ରାତିରେ ପୁରୀ କେନାଲରେ ଏକ କାର ପୁରୀ କେନାଲରେ ଖସିପଡ଼ିଥିଲା । ଦୁଇଘଣ୍ଟା ଯାଏ ପାଣିରେ ବୁଡ଼ି ରହିବାପରେ କ୍ରେନ ସହାୟତାରେ ସ୍ଥାନୀୟ ଲୋକ କାରଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ ମଧ୍ୟ କାରରେ ଥିବା ୨ ଜଣ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦୀପ କୁମାର ଏବଂ କର୍ମଚାରୀ ମହେନ୍ଦ୍ର କୁମାର ନିଖୋଜ ରହିଥିଲେ । ଆଜି ସକାଳେ ବାଲିଅନ୍ତା ଅଗ୍ନଶମ ବିଭାଗ କାର୍ଯ୍ୟାଳୟ ସାମ୍ନା କେନାଲରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ସନ୍ଦୀପ କୁମାର ବୋଲି ଜାଣିବାକୁ ପାଇଥିଲା ।

 

- Advertisement -

Leave A Reply

Your email address will not be published.