ମୁଣ୍ଡଳୀ ଠାରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ

0 310

ନରାଜ,୨୮/୬(ଏସଏସନିୟୁଜ) ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମୁ୍ଣ୍ଡଳୀ ଠାରେ ମହାନଦୀରରେ ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମ୍ର ୧୫ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ବିପଦ ସଙ୍କେତର ବହୁ ତଳେ ରହିଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।ମୁଣ୍ଡଳୀ ବ୍ୟାରେଜର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। ତେବେ ଏଠାରେ ବିପଦ ସଙ୍କେତ ୯୭ ଫୁଟ ରହିଛି।

 

Leave A Reply

Your email address will not be published.