ଥାନା ଆଇଆଇସିଙ୍କୁ କରୋନା

0 484

ଆଠଗଡ଼,୨୮/୬(ଏସଏସନିୟୁଜ) ଆଠଗଡ଼ ଅଂଚଳରେ ଥିବା ଏକ ଥାନାର ଆଇଆଇସି ଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହୋଇଥିବାର ସ୍ୱାବ୍ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ସମ୍ପୃକ୍ତ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଏସ୍ ଡି ପିଓ  ଆଲୋକ ରଞ୍ଜନ ରାୟ। ଥାନାର ମୋଟ ୨୨ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ନିଷ୍ପତ୍ତି ହୋଥିବାବେଳେ ଥାନାର ୭ରୁ ୮ କର୍ମଚାରୀଙ୍କୁ ଜ୍ୱର ହେଉଥିବା ସୂଚନା ମିଳିଛି। । କାଲି ଠାରୁ ଥାନା ଭିତରେ ସମସ୍ତ କର୍ମଚାରୀ ରହିଥିବାବେଳେ ଥାନାର ଦୁଇଜଣ ଡ୍ରାଇଭରଙ୍କର ମଦ୍ୟ ସ୍ୱାବ ଟେଷ୍ଟ କରାଯିବ ବୋଲି ରାୟ କହିଛନ୍ତି ।

Leave A Reply

Your email address will not be published.