କରୋନା-୩ମୃତ,୨୬୪ଆକ୍ରନ୍ତ

0 749

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) ଆଜି ୩କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯେଉଁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ସେଥିମଧ୍ୟରୁ କଟକର ଜଣେ ୬୫ବର୍ଷୀୟ ବୃଦ୍ଧ ମୃତ୍ୟୁ କରୋନାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ହାଇପ୍ରୋଟେସନ୍ ଓ କିଡ୍ନୀ ରୋଗ ମଧ୍ୟ ଥିଲା । ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ଜଣେ ୭୩ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର ୭୫ବର୍ଷୀୟ ବୃଦ୍ଧ । ସେ ଡାଇବେଟିସ୍ ଓ ଉଚ୍ଚରକ୍ତଚାପରେ ଜଡ଼ିତ ଥିଲେ ।ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧିପାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୧୦, ଖୋର୍ଦ୍ଧାରୁ ୫, କଟକରୁ ୪, ପୁରୀରୁ ୧ ଓ ବରଗଡ଼ରେ ଜଣେ । କୋଭିଡ୍ ପଚଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬କୁ ବୃଦ୍ଧିପାଇଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨ଜଣ, ବାଲେଶ୍ୱରରେ ଜଣେ, ପୁରୀରୁ ଜଣେ, ମୟୁରଭଞ୍ଜରୁ ଜଣେ ଓ ନବରଙ୍ଗପୁରରେ ଜଣଙ୍କର ମୃତ୍ୟୁ ଘଟିଛି ।
ଏଥିସହିତ ଆଉ ୨୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୬୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳ ଅନ୍ୟ ୩୦ଜଣ ସ୍ଥାନୀୟ ମାମାଲା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୬୪ଜଣ କରୋନା ଆକ୍ରାନ୍ଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୪୧ଜଣ, ଝାରସୁଗୁଡ଼ା ଓ ବରଗଡ଼ରୁ ୧୮ଜଣ, ଖୋର୍ଦ୍ଧାରୁ ୧୫ଜଣ, କେନ୍ଦୁଝରରୁ ୨୫ଜଣ, କଟକ ଓ ବାଲେଶ୍ୱରରୁ ରୁ ୧୨, ପୁରୀରୁ ୭, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୪ଜଣ, ମାଲକାନଗିରି, ନୟାଗଡ଼ ଓ ବଲାଙ୍ଗୀରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ, କନ୍ଧମାଳ, ଭଦ୍ରକ, ନୂଆପଡ଼ା, ଗଜପତି କଳହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧିପାଇଛି ।

Leave A Reply

Your email address will not be published.