ନାବାଳିକାକୁ ଅସଦଆଚରଣ

ଗିରଫ ହେଲେ ଆତ୍ମଘୋଷିତ ବାବା

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଜଣେ ନାବାଳିକାକୁ ଅସଦଆଚରଣ କରି ଗିରଫ ହୋଇଛନ୍ତି ଅଲେଖ ବାବା ଅମର ଦାସ ।ନନ୍ଦନକାନନ ଥାନା ପୋଲିସ ୩୮୨/୨୫ କେସ ନମ୍ବରରେ ଏକ ପୋସ୍କୋ ମାମଲା ରୁଜ୍ଜୁ କରି ରବିବାର ତାଙ୍କୁ କୋର୍ଟଚାଲଣ କରିଛି।
ପ୍ରକାଶ ଯେ,ଶନିବାର ଦିହିପହର ସମୟରେ ନନ୍ଦନକାନନଥାନା ଅଧୀନସ୍ଥ କଲେଜଛକ ନିକଟରେ ଏକ ଅଲେଖ ମଠ ରହିଛି। ସେହି ନିକଟରେ ଜଣେ ନାବାଳିକା ନିଜ ପରିବାର ସହିତ ରୁହନ୍ତି । ଗତ ଶନିବାର ଦିନ ପ୍ରାୟ ୧.୩୦ ସମୟରେ ସୁନନ୍ଦା(ଛଦ୍ମନାମ) ନାବାଳିକା ଝିଅ ଘର ପାଖ ଦୋକାନକୁ ଯାଉଥିବା ସମୟରେ ରାସ୍ତାରେ ଅମର ବାବା ନାବାଳିକାକୁ ଭୋଗ ଖାଇବାକୁ ଦେବା ଆଳରେ ତାଙ୍କ ଆଶ୍ରମକୁ ନେଇଯାଇଥିଲେ । ସେହି ସମୟରେ ମହିମା ଆଶ୍ରମରେ କେହି ନଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଅମର ବାବା ନାବାଳିକା ଝିଅ ସହ ଅସଦାଚରଣ କରିଥିଲେ । ନାବାଳିକା ଜଣକ ଚିତ୍କାର କରିବାରୁ, ଅମର ବାବା ତାଙ୍କୁ ମିଠା ଖାଇବାକୁ ଦେଇଥିଲେ ଏବଂ ଏହି ଘଟଣା ତାଙ୍କ ପିତାମାତାଙ୍କୁ ନକହିବାକୁ ବାରଣ କରି ଘରକୁ ପଠାଇ ଦେଇଥିଲେ । ନାବାଳିକା ଜଣକ ଘରକୁ ଆସି ତାଙ୍କ ମାତାଙ୍କୁ ସମସ୍ତ ଘଟଣା କହିଥିଲେ । ନାବାଳିକା ର ମା ତାଙ୍କ ସ୍ୱାମୀଙ୍କୁ ଏହି ବିଷୟରେ ଜଣାଇବା ପରେ ଅମର ବାବାଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନନ୍ଦନକାନନ ଥାନା ଆଇଆଈସି ଦୟାନିଧି ନାୟକ ଉକ୍ତଘଟଣାକୁ ତଦନ୍ତ କରିବା ସହ ଦାଢ଼ାସ୍ଥିତ ମହିମାମଠରେ ଚଢ଼ଉକରି ଅଭିଯୁକ୍ତ ବାବାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ବାବା ନିଜରଦୋଷ ସ୍ଵୀକାର କରିଥିଲେ ।ପୋଲିସ ବାବା ଓ ନାବାଳିକା ଉଭୟଙ୍କ ଡାକ୍ତରୀମଇନା କରି ନାବାଳିକାକୁ ତା ପରିବାରକୁ ହସ୍ତାନ୍ତର କରିଥିବା ବେଳେ ବାବା ଅମର ଦାସଙ୍କୁ ରବିବାର ଦିନ କୋର୍ଟ ଚାଲାଣ କରିଛି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.