ନାବାଳିକାକୁ ର୍ଦୁବ୍ୟବହାର, ନାବାଳକ ଗିରଫ

0 618

ଡେଲାଙ୍ଗ,୩୦/୬ ( ଏସଏସନିୟୁଜ)ଡେଲାଙ୍ଗ ଥାନା ଅଂଚଳର ଖଣ୍ଡି ମଙ୍ଗଳପୁର ଗ୍ରାମର ଜଣେ ୪ ବର୍ଷର ନାବଳିକାକୁ ଦୁର୍ବବ୍ୟବହାର କରିବା ଅଭିଯୋଗରେ ଜଣେ ୧୭ ବର୍ଷିୟା ନାବାଳକକୁ ଡେଲାଙ୍ଗ ପୋଲିସ ଗିରଫ କରି କୋର୍ଟଚାଲଣ କରିଛି । ଅଭିଯୋଗ ଅନୁଯାୟୀ ନାବାଳିକ ଜଣକ ଦାଣ୍ଡଦୁଆରେ ଖେଳୁଥିବା ସମୟରେ ସେହି ଗ୍ରାମର ଜଣେ ୧୭ ବର୍ଷର ନାବାଳକ ଚକଲେଟ ଦେବା ବାହାନାରେ ଘରକୁ ଡାକିନେଇ ଦୁର୍ବବ୍ୟହାର କରିଥିଲା । ଏହି ସମୟରେ ପରିବାର ଲୋକେ ଝିଅକୁ ଖୋଜିବା ବେଳେ ଘଟଣା ସ୍ଥଳରେ ପହଂଚି ଯାଇଥିଲେ । ଝିଅକୁ ପଚାରିବା ପରେ ଝିଅ ସମସ୍ତ ଘଟଣା ପରିବାର ଲୋକଙ୍କୁ କହିଥିଲା । ପରିବାର ଲୋକେ ଆସିବା ଦେଖି ଅଭିଯୁକ୍ତ ଜଣକ ସେଠାରୁ ଚମ୍ପଟ ମାରିଥିଲା । ଏନେଇ ଝିଅର ମା ଗତ ୩ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ୭୬/୨୦ ମାମଲା ରୁଜୁ କରି ତଦନ୍ତ ଜାରି କରି ଘଟଣାରେ ସମ୍ପୃକ୍ତ ନବାଳକକୁ ଧରିବାପାଇଁ ପୋଲିସ ୩ ସପ୍ତାହ ଧରି ଉଦ୍ୟମ ଜାରି ରଖିଥିଲା ।ଏନେଇ ଡେଲାଙ୍ଗ ପୋଲିସ ଦ୍ୱାରା ଏକ ଟିମ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ଖୋଜ୍‌ଖବର ନିଆଯାଇ ଥିଲା । ଅନେକ ଖୋଜାଖୋଜି ପରେ ନାବାଳକ ଜଣଙ୍କ ଭୁବନେଶ୍ୱରରେ ଏକ ଜାଗାରେ କାମକରୁଥିବା ପୋଲିସ ଖବର ପାଇ ଥିଲା । ସେଠରେ ପହଂଚି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଡାକ୍ତରି ମାଇନାପରେ ନାବାଳକକୁ ସୋମବାର ପୁରୀ କୋର୍ଟରେ ହାଜର କରାଯାଇ ଥିଲା । ଆଜି ନାବାଳକକୁ ବ୍ରହ୍ମପୁର ଜୁଭେନାଲ କାରାଗାରକୁ ପଠାଇ ଦିଆଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମୀରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.