ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ହେଲେ ଗିରଫ

0 358

ସୁନ୍ଦରଗଡ଼,୧୦/୩(ଏସଏସନିଉଜ) ଶୁଖିଲା ଜାଳେଣି କାଠ ଆଣିବାକୁ ଜଙ୍ଗଲକୁ ଯାଇଥିବା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ।ନାବାଳିକା ଜଣଙ୍କ ଦାଣ୍ଡପାନି ନୂଆଡିହି ପାଖ ଜଙ୍ଗଲକୁ ଯାଇଥିବାବେଳେ ନୂଆଡିହିର ଅନୀଲ ତିର୍କୀ ନାମକ ୨୧ବର୍ଷର ଯୁବକ ପିଛା କରି ଯାଇ ଜଙ୍ଗଲ ଭିତରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ମଧ୍ୟ ନାବାଳିକାଙ୍କୁ ଧମକ ମଧ୍ୟ ଦେଇଥିଲେ ।ଏବିଷୟରେ ନାବାଳିକା ଜଣଙ୍କ ଘରେ ଜଣାଇବାପରେ ପରିବାର ଲୋକଙ୍କ ଅଭିଯୋଗକୁ ଭିତିକରି କିଞ୍ଜିରକେଲା ଥାନା ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅନୀଲକୁ ଗିରଫ କରିଛି।

Leave A Reply

Your email address will not be published.