ମୃତଦେହକୁ ରାସ୍ତାରେ ରଖି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅବରୋଧ

0 204

ପିପିଲି୧୦/୩(ଏସଏସନିଉଜ)ଏହି ଥାନା ଅଧିନସ୍ଥ ମାଟିଆପଡା ଗ୍ରାମରେ ଅଜା ଘରେ ରହିପାଠପଢୁଥିବା ଦଶମଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା ଓରଫ ସୋନୁଙ୍କ ମୃତଦେହ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଜିଆର୍ପିା ଥାନା ଅଞ୍ଚଳରୁ ରେଳଲାଇନରୁ ଉଦ୍ଧାର ହୋଇଥିଲା ।ଗତ ୭ତାରିଖ ସନ୍ଧ୍ୟାରୁ ଟ୍ୟୁସନକୁ ଯାଇଆଉ ଫେରିନଥିଲେ ।ତେବେ ନିଖୋଜ ସୋନୁଙ୍କ ମୃତଦେହ କଣ୍ଟାବାଞ୍ଜି ଅଂଚଳରୁ ମିଳିଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ମୃତକଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ଗୁରୁବାର ପୂର୍ବାହ୍ନରେ ପିପିଲି ଟୋଲଗେଟଠାରେ ମୃତଦେହକୁ ରାଜପଥ ଉପରେ ରଖିଥିଲେ । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଦୁଇଘଣ୍ଟା କାଳ ଅବରୋଧ କରିବା ଫଳରେ ଉଭୟପାଶ୍ୱର୍ରେ ଗାଡିମଟର ଅଟକି ରହିଥିଲା ।ଗ୍ରାମବାସୀମାନେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ସହ ଅଭିଯୁକ୍ତକୁ ଗିରଫ କରି ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଘଟଣାସ୍ଥଳରେ ପିପିଲି ପୁଲିସ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଜା କରିବା ସହ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା। ଗୋବିନ୍ଦପୁର ହାଇସ୍କୁଲରେ ଦଶମଶ୍ରେଣୀରେ ପାଠ ପଢୁଥିବା ସୌମ୍ୟରଞ୍ଜନ ନିଖୋଜହେବାର ପରିବାର ପକ୍ଷରୁ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରାଯାଇଥିଲା।୮ତାରିଖରେ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଜିଆର୍ପିା ଥାନା ଅଞ୍ଚଳରୁ ରେଳଲାଇନ୍‍ ଉପରୁ ସୋନୁର ମୃତଦେହ ଉଦ୍ଧାର ହେବା ସଂପର୍କରେ ପରିବାର ଲୋକେ ଖବର ପାଇଥିଲେ।ମୃତଦେହ ରେଳଲାଇନ୍‍ ଉପରୁ ,ିଳିବା ଘଟଣାକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରିନଥିଲେ ।ତେବେ, ବ୍ୟବଚ୍ଛେଦ ମୃତଦେହ ଗତକାଲି ରାତିରେ ମାଟିଆପଡା ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇବାସହ ଆଜି ପରିବାରସହ ଗ୍ରାମବାସୀମାନେ ପିପିଲି ଟୋଲଗେଟ୍‍ ଠାରେ ମୃତଦେହକୁ ରାସ୍ତାରେ ରଖି ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

Leave A Reply

Your email address will not be published.