ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା

0 551

ଭୁବନେଶ୍ୱର,୧୧/୩(ଏସ ଏସ ନିଉଜ)ଚଳିତବର୍ଷ ହେବ ମାଟ୍ରିକ ପରୀକ୍ଷା ।ଏପ୍ରିଲ ୨୯ରୁ ମେ’ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବା
ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।ଯଥାସମ୍ଭବ ପରୀକ୍ଷା ନିଜ ସ୍କୁଲରେ ହେବ ନଚେତ ନିଜ ସ୍କୁଲରେ ନହେଲେ ପାଖ ସ୍କୁଲରେ ପରୀକ୍ଷା ହେବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ।୩ଟିପଦ୍ଧତିରେ ମୂଲ୍ୟାଙ୍କନ ହେବ।ଯେଉଁ ପଦ୍ଧତିରେ ସର୍ବାଧିକ ମାର୍କ ରହିବ ତାହା ଚୂଡ଼ାନ୍ତ ମାର୍କ ଭାବେ ଧରାଯିବ ।ପ୍ରଥମ- ସମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣା ଦ୍ବିତୀୟ – ସମେଟିଭ ଆସେସମେଣ୍ଟ ୨ର ମାର୍କର ୨ ଗୁଣା।ତୃତୀୟ- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ-୧ର ୩୦% ଓ ସମେଟିଭ-୨ର ୫୦% ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.