ଚନ୍ଦକା,୨୦/୬(ଏସ ଏସ ନିୟୁଜ)ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତସିଂପୁର ଜିଲ୍ଲା କାଦୁଅପଡ଼ା ଗ୍ରାମର କାଳୀପ୍ରସାଦ ମିଶ୍ର (୨୪)।ସୂଚନାନୁସାରେ ଅଭିଯୁକ୍ତ ଜଣକ ଉକ୍ତ ଥାନା ଅଧୀନ କ୍ରିଷ୍ଣପୁରୀ ଅଞ୍ଚଳର ଜଣେ ନାବାଳିକାକୁ ପାଠ ପଢ଼ାଇବାକୁ ଆସି ନିଜ ଜାଲରେ ଫସାଇଥିଲେ।ପରେ ଉଭୟ ଫେରାର ହୋଇ ସେହି ଚନ୍ଦକା ଅଞ୍ଚଳରେ ସ୍ବାମୀ ସ୍ତ୍ରୀ ଭାବରେ ରହି ଆସୁଥିଲେ।ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେବାରୁ ନାବାଳିକା ଜଣକ ଶନିବାର ଚନ୍ଦକା ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ଏ ନେଇ ତଦନ୍ତ କରିବାରୁ ସେ ନାବାଳିକା ବୋଲି ଜାଣିବାକୁ ପାଇଥିଲା।ଉକ୍ତ ନାବାଳିକା ଟିର ଡାକ୍ତରୀମାଇନା ପରେ ସେ ୬ ମାସର ଗର୍ଭବତୀ ଥିବା ପୋଲିସ ଜାଣିବାକୁ ପାଇଛି।ପୋଲିସ କେସ ନଂ ୧୩୬/୨୧ ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ ସୂଚନା ଦେଇଛନ୍ତି।(ଗୌତମ ରାଉତଙ୍କ ରିପୋର୍ଟ)