ଭୁବନେଶ୍ବର,୩/୯(ଏସଏସନିୟୁଜ) ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରି ଫେରାର ହୋଇଥିବା ରାଇରଂଗପୁର ଅଞ୍ଚଳର ଆଲ୍ବିସ୍ ସୋରେନ୍(୩୦)କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ଗତକିଛିଦିନ ହେବ ଆଲ୍ବିସ୍ ଘରୋଇ ସଂସ୍ଥାରେ କାମ କରିବା ସହଏକ ବସ୍ତିରେ ରହୁଥିଲେ ।ଏହି ବସ୍ତିରେ ରହୁଥିବା ଜଣେ ନାବାଳିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ନାବାଳିକାଙ୍କ ଘରଲୋକ ନ ଥିବା ସମୟରେ ସେଠାକୁ ଲୁଚିଛପି ଆଲ୍ବିସ୍ ଯିବାଆସିବା କରୁଥିଲା ।ନାବାଳିକା ଗର୍ଭବତୀ ହୋଇଥିବାର ଜାଣିବାପରେ ଆଲ୍ବିସ୍ ବସ୍ତୀଛାଡି ଫେରାର ହୋଇଯାଇଥିଲା ।ଏ ସର୍ମ୍ପକରେ ନାବାଳିକା ଜଣଙ୍କ ପରିବାରଲୋକଙ୍କୁ ଜଣାଇବାପରେ ଗତ ୩୦ ତାରିଖରେ ପରିବାରଲୋକ ମଚେଂଶ୍ୱରଥାନାରେ ଅଭିଯୋଗ କରିଥିଲେ। ରାଇରଂଗପୁରରୁ ପୋଲିସ ଆଲବିସ୍କୁ ଗିରଫ କରି କୋର୍ଟଚାଳଣ କରିଛି ।