ନଇଁଲେ ସରକାର,ନରମିଲେ ଚାଷୀ

ଆଜିର ଖବରତାରିଖ - ୩୧/୧୨/୨୦୨୦(ଗୁରୁବାର)

0 393

୧. ଜାନୁଆରୀ ପାଇଁ ରାଜ୍ୟସରକାରଙ୍କ ଅନଲକ୍ ଗାଇଡ଼ଲାଇନ୍ ଜାରି କରାଯାଇଛି।
◆୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ ଓ ଥିଏଟର
◆ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ୍ ମନା।
◆ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖର ସମସ୍ତ ଉତ୍ସବାନୁଷ୍ଠାନରେ ରୋକ୍ ଲାଗିଲା।
◆ବିବାହ କାର୍ଯ୍ୟରେ ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ପାଇଁ ଅନୁମତି
◆ଦାହ ସଂସ୍କାର, ମୃତକର୍ମ ପାଇଁ ସର୍ବାଧିକ ଶହେ ଲୋକଙ୍କୁ ଅନୁମତି
◆ସର୍ବାଧିକ ୨ଶହ ଲୋକଙ୍କୁ ନେଇ ଚାଲିପାରିବ ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ
◆କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ବି ଚାଲିପାରିବ
◆ଇଣ୍ଡୋର ହଲ୍‌ରେ ମୋଟ ସିଟ୍‌ର ୫୦ ପ୍ରତିଶତ ଦର୍ଶକରେ ଚାଲିବ କାର‌୍ୟ୍ୟକ୍ରମ
◆ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ୱାସ୍ ବାଧ୍ୟତାମୂଳକ
◆ଜାନୁଆରି ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା
◆ସ୍କୁଲ, କଲେଜ ଖୋଲିବାକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ
◆ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ବିଭାଗୀୟ କର୍ତ୍ତୃପକ୍ଷ
◆ପରୀକ୍ଷା, ଖାତାଦେଖା, ଅନଲାଇନ ପାଠପଢ଼ା ଚାଲୁ ରହିବ
◆ଜାନୁଆରି ୩୧ ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ବନ୍ଦ ରହିବ ।
୨. ଆଉ ନାହାନ୍ତି ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ୮୪ବର୍ଷ ବୟସରେ ରାଜଧାନୀର ଘରୋଇ ହସ୍ପିଟାଲରେ ଦେହାନ୍ତ ।
୩. କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ଆସନ୍ତା ୪ରେ ପୁଣି ବସିବ ବୈଠକ ।
୪. ଭୁବନେଶ୍ୱର: ଦୁଇ ଦିନିଆ ୬ଷ୍ଠ ଆଇଇଇଇ ଇନ୍‌ଟର୍‌ନ୍ୟାସ୍‌ନାଲ୍ ୱିମେନ୍ ଇନ୍ ଇଞ୍ଜିନିୟରିଂ (ଡବ୍ଲୁଆଇଇ) କର୍ମଶାଳା (ୱିକନ୍‌ଇସିଇ) ରବିବାର ଶେଷ ହୋଇଥିବା ବେଳେ ଏହି କର୍ମଶାଳାରେ ବିଭିନ୍ନ ଦେଶର ବିଶିଷ୍ଟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
୫. ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ ଗଠନ ହେବ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
୬. ଆୟକର ରିଟର୍ଣ୍ଣ ଦାଖଲର ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୩୧ ଯାଏଁ ଥିବା ସାଧାରଣ ଟିକସଦାତାଙ୍କ ଅବଧି ବୃଦ୍ଧି ହୋଇଛି । ସାଧାରଣ ଟିକସଦାତାଙ୍କ ଆୟକର ରିଟର୍ଣ୍ଣ ଅବଧି ଜାନୁଆରି ୧୦କୁ ବୃଦ୍ଧି ପାଇଛି ।
୭. ଜାମ୍ମୁ-କାଶ୍ମୀରର ଶ୍ରୀନଗର ଉପକଣ୍ଠରେ ଥିବା ଲାଓପୋରାରେ ବୁଧବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
୮. ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆସନ୍ତା ୨୬ ତାରିଖ ସୁଦ୍ଧା ଥଣ୍ଡା ଅନୁଭୂତ ଜିଲ୍ଲାରେ ପୋଷାକ, ଜୋତା ଓ ମୋଜା ବଣ୍ଟନ କରାଯିବ। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ସମସ୍ତ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ନିର୍ଦେଶ ଦିଆଯାଇଛି। ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂହ ପୁନିଆ ଏନେଇ ଚିଠି ଲେଖି ଅବଗତ କରାଇଛନ୍ତି ।
୯. ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ କାର୍ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଆଝାରୁଦ୍ଦିନଙ୍କ ଶରୀରରେ ଆଘାତ ଲାଗିନାହିଁ ।
୧୦. ଅଷ୍ଟ୍ରେଲିଆ ଦଳରେ ୱାର୍ଣ୍ଣର, ପ୍ୟୁକୋୱସ୍କି ସାମିଲ; ବର୍ନସ୍ ବାଦ୍ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ସମ୍ଭାବନା : କେଉଁ ସ୍ଥାନରେ ଖେଳିବେ ରୋହିତ , ନଟରାଜଙ୍କ ପାଇଁ ସୁଯୋଗ
୧୧. ବେଦାନ୍ତ ପକ୍ଷରୁ ସାରା ଗ୍ରୁପ୍‌ରେ ଅଙ୍ଗାରକାମ୍ଳ ନିରପେକ୍ଷତା ଓ ଇଏସ୍‌ଜି ଶ୍ରେଷ୍ଠ ବ୍ୟବସ୍ଥା ଲାଗୁ କରିବାକୁ ସଂକଳ୍ପ ।
୧୨. ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବାକୁ ବିଦେଶ ରାଷ୍ଟ୍ରର ଆଗ୍ରହ, କ୍ୟାବିନେଟ ଦେଲା ଅନୁମୋଦନ ।
୧୩. ପାରଦ୍ବୀପ ବନ୍ଦର ବିକାଶ ପାଇଁ ୩ ହଜାର କୋଟି ଟଙ୍କା ଅନୁଦାନ, ଚାଲିବ କେପସାଇଜ୍ ଜାହାଜ ।
୧୪. ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସାଉଥ ସୁପରଷ୍ଟାର ରାମ ଚରଣ ।
୧୫. ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୦୨୧ରେ ଏସ୍ଟୋନିୟା, ପାରାଗୁଏ ଏବଂ ଡୋମିନିକାର ଗଣରାଜ୍ୟରେ ତିନୋଟି ଭାରତୀୟ ମିଶନ ଖୋଲିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି ।
୧୬. ୩୫ ଆଇଏଏସଙ୍କୁ ପଦୋନ୍ନତି, ସଞ୍ଜିବ ଚୋପ୍ରା ହେଲେ ଅତିରିକ୍ତ ମୁଖ୍ୟ ସଚିବ ।
୧୭. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୨୮ ଜଣ କରୋନା ଆକ୍ରାନ୍ତ ।
୧୮. ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ଘୋଷଣା କଲା କେନ୍ଦ୍ର ।
୧୯. ରବି ଫସଲ ପାଇଁ ଜରୁରୀକାଳୀନ ବୈଠକ : ୭୨,୫୦୦ ଚାଷୀଙ୍କୁ ୩୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ।
୨୦. ଦେଶରେ ପୁଣି ଥରେ ୨୪ ଘଣ୍ଟାରେ ୨୦୫୫୦ ନୂଆ ସଂକ୍ରମିତ ଚିହ୍ନଟ । ଯାହାକୁ ମିଶାଇ ଦେଶରେ ଏବେ ଯାଏଁ ୧,୦୨,୪୪,୮୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୧.ନଇଁଲେ ସରକାର,ନରମିଲେ ଚାଷୀ ! ୨ଟି ପ୍ରସଙ୍ଗରେ ସହମତି, ଜାନୁୟାରୀ ୪ରେ ପୁଣି ବୈଠକ
କରୋନା ଟିପ୍ସ୍ : ଗୃହ ପୃଥକ ବାସ ସମୟରେ ବିଶ୍ରାମ ନେବା, ଔଷଧ ଖାଇବା, ଉଷୁମ ପାଣି ପିଇବା, ଆବଶ୍ୟକ ସ୍ଥଳେ ଟେଲିମେଡିସିନ୍ ଡାକ୍ତରଙ୍କ ପରାମର୍ଶ ନେବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର।
।।ଶୁଭସକାଳ ।।

Leave A Reply

Your email address will not be published.