ନକଲି ଔଷଧ କାରବାରର ମାଷ୍ଟରମାଇଣ୍ଡ ଗିରଫ

0 177

କଟକ,୨୪/୬(ଏସଏସନିୟୁଜ) ନକଲି ଔଷଧ କାରବାର ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କୁ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଆଜି ଗିରଫ କରି କଟକ ଜିଲ୍ଲା କୋର୍ଟରେ ହାଜର କରିଛି । ଶିବଜେନା ମେଡିଲୋୟଡ୍ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ବୋଲି ଆରକ୍ଷୀ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି। ଗତକାଲି ଶିବଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଏହି ମାମଲାରେ ଗିରଫ କରାଗଲାଣି । ଗିରଫ ହୋଇଥିବା ଶିବ ହେଉଛି ମେଡିଲଏଡ୍ ମେଡିକାମେଣ୍ଟ ସଂସ୍ଥାର ଏମଡ଼ି ବୋଲି ସୂଚନା ମିଳିଛି । ପୂର୍ବରୁ ଏହି ଘଟଣାରେ ଏସଟିଏଫ ୩ଜଣଙ୍କୁ ଗିରଫ କରିଛିା। ଏହି ମାମଲାରେ ମୋଟ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଯାଇଥିବାନେଇ ଡିଜିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.