ନାଳରେ ଭାସିଯାଇ ନାବାଳକ ମୃତ

ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଂଜାମ, ୨୨ା୮(ଏସଏସନିଉଜ) ବ୍ରହ୍ମପୁର ସହରର ଲକ୍ଷ୍ମୀନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମ ପାତ୍ର (୧୦)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ନାଳରେ ଖସି ପଡ଼ିଥିଲା। ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ସାଇରାମ ପାତ୍ର ହଠାତ୍ ରାସ୍ତା କଡ ନାଳରେ ପଡିଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା। ଫଳରେ ରାସ୍ତା ଓ ନାଳ ଜଣାପଡ଼ୁ ନ ଥିଲା। ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲା।ଏହିଘଟଣାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

Leave A Reply

Your email address will not be published.