ନନ୍ଦନକାନନକୁ ଆସିଲା ୩ ଅସୁସ୍ଥ ଜନ୍ତୁ

0 145

ବାରଙ୍ଗ,୪/୫(ଏସ ଏସ ନିଉଜ)ବୁଧବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ କୁ ୩ଟି ବିରଳ ଜୀବଜନ୍ତୁ ଉନ୍ନତମାନର ଚିକିସ୍ଚା ପାଇଁ ଆସିଛି । ଜୟପୁର ଡିଭିଜନ ରୁ ଉଦ୍ଧାର ହୋଇ ଓୟୁଏଟି ରେ ଚିକିତ୍ସା ହେଉଥିବା ଦେଶୀ ଭାଲୁ , ଚିଲିକାରୁ ଉଦ୍ଧାର ହୋଇଥିବା ଚିତ୍ରାହରିଣ ଓ ବଣେଇ ଡିଭିଜନ ରୁ ହାଡଗିଳା ପକ୍ଷୀ । ସୂଚନାଥାଉକି , ଭାଲୁ ଟି ର ପିଠିରୁ ଗୁଳି ବାହାରିଥିବା ବେଳେ ପଛ ୨ଟି ଗୋଡ ଛୋଟେଇ ଚାଲୁଛି । ଜଙ୍ଗଲରେ ବିଚରଣ କରୁଥିବା ସମୟରେ କେହି ତାକୁ ଗୁଳି କରିଥିବା ଜଣାପଡିଥିଲା । ଜୟପୁର ଡିଭିଜନର ଅଧିକାରୀ ତାକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଓୟୁଏଟି କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି ଭାଲୁ କୁ ବୁଧବାର ମଧ୍ୟାନ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି । ସେହିପରି ଚିଲିକା ଅଞ୍ଚଳରେ ରାସ୍ତାରେ ଅସୁସ୍ଥ ଅବସ୍ଥାରେ ଥିବା ଚିତ୍ରା ହରିଣ କୁ ଚିଲିକା ବନ୍ୟବିଭାଗ ଉଦ୍ଧାର କରି ଉନ୍ନତ ଚିକିତ୍ସା ନିମନ୍ତେ ନନ୍ଦନକାନନ କୁ ଆସିଥିବା ବେଳେ ବଣେଇ ଡିଭିଜନ ରୁ ମଧ୍ୟ ଗୋଟିଏ ହାଡଗିଳା ପକ୍ଷୀ ନନ୍ଦନକାନନ କୁ ଆସିଛି । ଏହି ପକ୍ଷୀ ଟିର ବେକ ପାଖରେ କ୍ଷତ ସୃଷ୍ଟି ହୋଇ ଅସୁସ୍ଥ ଥିବା ବେଳେ ବଣେଇ ବନବିଭାଗ ପକ୍ଷରୁ ଚିକିତ୍ସା କରାଯାଉଥିଲା । ହେଲେ ଉନ୍ନତ ଚିକିତ୍ସା ପାଇଁ ନନ୍ଦନକାନନକୁ ଏମାନେ ଆସିଥିବା ଜଣାପଡିଛି ।ତେବେ ଦେଖିବାକୁ ବାକି ରହିଲା ଏମାନଙ୍କୁ ବଞ୍ଚ।ଇବାରେ ନନ୍ଦନକାନନ ଡାକ୍ତର କେତେ ସଫଳ ହେଉଛନ୍ତି।
(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Leave A Reply

Your email address will not be published.