ନନ୍ଦନକାନନର ନୁଆ ନିର୍ଦ୍ଦେଶକ ମନୋଜକୁମାରମହାପାତ୍ର

0 212

ବାରଙ୍ଗ,୨୧/୬(ଏସଏସନିୟୁଜ)ନନ୍ଦନକାନନର ନୁଆ ନିର୍ଦ୍ଦେଶକ ଭାବେ ମନୋଜକୁମାରମହାପାତ୍ର ସୋମବାରଦିନ ଦାୟିତ୍ୱ ଗ୍ରହଣ କରିଛନ୍ତିା ମନୋଜକୁମାରମହାପାତ୍ର ଏବେ ଆଂଚଳିକମୁଖ୍ୟବନସଂରକ୍ଷକ ଅଛନ୍ତି ।ଏହାସହ ୱାର୍କିଂପ୍ଲାନଅଫିସର ଭାବେ ମଧ୍ୟ ଦାୟିତ୍ୱରେ ରହିଛନ୍ତି ।ଏବେ ନନ୍ଦନକାନନର ନିର୍ଦ୍ଦେଶକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।ଏହି ଖବର ଜଣାପଡିବାପରେ ନନ୍ଦନକାନନର କର୍ମଚାରୀମାନେ ବେଶ ଖୁସି ଅନୁଭବ କରିଛନ୍ତି ।ଆଗରୁ ନନ୍ଦନକାନନ ସହ ମନୋଜମହାପାତ୍ର ଓତପ୍ରୋତଭାବେ ଜଡିତ ରହିଥିଲେ ।ଦୀର୍ଘଦିନଧରି ଏସିଏଫ ଦାୟିତ୍ୱରେ ରହିଥିବାବେଳେ ନନ୍ଦନକାନନର ବିକାଶ ସହ କର୍ମଚାରୀମାନଙ୍କର ଉନ୍ନତି ପାଇଁ କରିଥିବା ଉଦ୍ୟମ କରିଥିଲେ ।ଏହାସହ ନିକଟସ୍ଥ ଗ୍ରାମବାସୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ନନ୍ଦନକାନନ ପରିଚାଳନା କରିବାରେ ମାହିର ଥିଲେ ।କୋଭିଡ ସମୟରେ ନନ୍ଦନକାନନ ବନ୍ଦରହିଥିବାବେଳେ ନିର୍ଦ୍ଦେଶକ ଦାୟିତ୍ୱ ନେଇଥିବାରୁ ନୁଆପଶୁପକ୍ଷୀ ଆଣିବା ଉପରେ ଗୁରୁତ୍ୱ ଦେବେ ବୋଲି କର୍ମଚାରୀମାନେ ଆଶାବାଦୀ ଅଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.