ନନ୍ଦନକାନନରେ ଚାକିରି ଭୟ!

ଝାଡୁମାରୁଛନ୍ତି ଓ ରୋଷେଇ କରୁଛନ୍ତି କର୍ମଚାରୀ !

0 453

ବାରଙ୍ଗ,୨୧/୯(ଏସଏସନିୟୁଜ)ଚାକିରି କରିବ ପୁଣି ନନ୍ଦନକାନନରେ ପୋଷ୍ଟିଂ ।ଭାଗ୍ୟରେ ଥିଲେ ଏଭଳି ଚାକିରି ମିଳେ ।ଏକଥା ଆମେ କହୁନାହୁଁ ଯାହା ନନ୍ଦନ କାନନରେ ଚର୍ଚ୍ଚା ଚାଲିଛି ।ଦୁଇଜଣ ଅସ୍ଥାୟୀ କର୍ମଚାରୀ ଚାକିରି ବଂଚାଇବାକୁ ଯାଇ ରେଞରଙ୍କ ଘରେ ଝାଡୁମାରିବା ଓ ରୋଷେଇକରିବା ଭଳି କାମ କରୁଥିବାର ଚର୍ଚ୍ଚା ଚାଲିଛି ।କେମିତି ବା ନକରିବେ ନହେଲେ ଚାକିରି ପଳାଇବନା ।ନନ୍ଦନକାନନରୁ ଏମାନେ ଅନ୍ୟକାମ କରିବାପାଇଁ ଦରମା ପାଉଥିଲେ ମଧ୍ୟ ବଡବାବୁଙ୍କ ଘରକାମ କରୁଥିବାର ଆଲୋଚନା ହେଉଛି ।

ଏ କ୍ୱାଟର ହେଉଛି ନନ୍ଦନକାନନ ରେଞର ସୁଦୀପ୍ତପଣ୍ଡାଙ୍କର ଯିଏକି ଜନ୍ତୁବିଭାଗ ଭଳି ପ୍ରମୁଖ ଦାୟିତ୍ୱରେ ରହିଛନ୍ତି ।ତାଙ୍କ ଧର୍ମପତ୍ନୀ ମଧ୍ୟ ଏଠାରେ ରାଜସ୍ୱବିଭାଗର ରେଞର ଅଛନ୍ତି ।ବଡବାବୁଙ୍କ କ୍ୱାଟରକୁ ଯିଏ ଯାଉଛନ୍ତି ତାଙ୍କୁ ଟିକେ ଭଲଭାବରେ ଦେଖନ୍ତୁା ଏହି ଅସ୍ଥାୟୀ କର୍ମଚାରୀ ଜଣଙ୍କ ବଜ୍ରକାପ୍ତାପ୍ରଜଜନ କେନ୍ଦ୍ରରେ କାମ କରିବାପାଇଁ ନନ୍ଦନକାନନରୁ ଦରମା ନେଉଛନ୍ତି ।କିନ୍ତୁ ରେଞରବାବୁଙ୍କ ଘରେ ରୋଷେଇ କରୁଥିବାର ଜଣାପଡିଛି ।

ଏହି ଅସ୍ଥାୟୀ କର୍ମଚାରୀ ଜଣଙ୍କ ଗେଷ୍ଟହାଉସରେ ଝାଡୁମାରିବାପାଇଁ ନନ୍ଦନକାନନରୁ ଦରମା ପାଉଛନ୍ତି ।କିନ୍ତୁ ରେଞରବାବୁଙ୍କ ଘରକୁ ଯାଇ ଝାଡୁମାରୁଛନ୍ତି ବୋଲି ଜଣାପଡିଛି ।ପ୍ରତିବାଦ କଲେ ଚାକିରି ଯିବାଭୟରେ ଏହି କାମ କରୁଥିବାର ଜଣା ପଡିଛି ।ତେବେ ଏହି ଦୁଇ କର୍ମଚାରୀ ସମୟାନୁସାରେ ନନ୍ଦନକାନନରେ ପହଁଚି ହାଜିରା ଖାତାରେ ଦସ୍ତଖତ କରି ନିଜ ଚାକିରି ବଞ୍ଚାଇଭାକୁ ଯାଇ ନୀରବରେ ଏହି ଘରୋଇ କାମକରିବାକୁ ବାଧ୍ୟ ହେଉଛନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.