ନନ୍ଦନକାନନରେ ହେବ ମଇଳାପାଣି ବିଶୋଧନ ପ୍ରକଳ୍ପ 

0 313

ଭୁବନେଶ୍ୱର: ନନ୍ଦନକାନନ କର୍ତୁପକ୍ଷ ପରିସରକୁ ପ୍ରଦ୍ୟୁଷଣ ମୁକ୍ତ ରଖିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।ଯାହାର ଫଳସ୍ୱରୁପ ନନ୍ଦନକାନନରେ ହେବାକୁ ଯାଉଛି  ୫ଟି ମଇଳାପାଣି ବିଶୋଧନ ପ୍ରକଳ୍ପ ।ଏଥିରେ ବିଭିର୍ଣ ଏନକ୍ଲୋଜରରୁ ବାହାରୁଥିବା ମଇଳା ପାଣି ଓ ନର୍ଦ୍ଦମାପାଣିକୁ ବିଶୋଧନ କରାଯାଇ ପୁଣି ତାକୁ ବ୍ୟବହାର ଉପଯୋଗୀ କରାଯିବ ।ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତପର୍ବ । ଜାଗା ଚିହ୍ନଟ ସରିଥିବାବେଳେ ଟେଣ୍ଡର ପ୍ରକିୟାର ଅବଧିକୁ ଅପେକ୍ଷାକରି  ରହିଛନ୍ତି ନନ୍ଦନକାନନ କର୍ତୁପକ୍ଷ ।୧କୋଟି ଟଙ୍କାର ବ୍ୟୟବରାଦରେ ହେବାକୁ ଥିବା ଏହି ପ୍ରକଳ୍ପ ସରିସୃପଉଦ୍ୟାନ,ଜଳଚର ବିହଙ୍ଗସରଣୀ ,ଡାକ୍ତରଖାନା,ହାତୀସଫାରୀ ଓ ଲେବରକଲୋନୀ ପାଖରେ ୫ଟି ପ୍ରକଳ୍ପ କରାଯିବ ।ସରିସୃପ ଉଦ୍ୟାନ ଓ ଜଳଚର ବିହଙ୍ଗସରଣୀରେ  ଥିବା ଜୀବଜନ୍ତୁମାନଙ୍କ ଏନ୍‌କ୍ଲୋଜରରୁ ବାହାରୁଥିବା ମଇଳାପାଣି ଯାଇ କାଞିଆହ୍ରଦରେ ମିଶୁଥିଲା ।

ସେହିଭଳିଭାବେ ଡାକ୍ତରଖାନା,ହାତୀସଫାରୀ ଓ ଲେବରକଲୋନୀ ର ମଇଳା ଓ ନର୍ଦ୍ଦମା ପାଣି ସବୁ ଯାଇ ବଡବାଙ୍କରେ ପଡୁଥିଲା ।ଏହି ମଇଳା ଓ ଅପରିସ୍କାର ପାଣି ସବୁ ଗୋଟିଏ ଏନକ୍ଲୋଜରରୁ ବାହାରି ଯାଉଥିବାବେଳେ ବାଟରେ ଥିବା ବିଭିର୍ଣ ଏନକ୍ଲୋଜର ଦେଇ ଗତି କରୁଥିଲା ।ଯାହାଫଳରେ ପରିବେଶ ପ୍ରଦ୍ୟୁଷଣ ହେବାସହ ଏନକ୍ଲୋଜରରେ ରହୁଥିବା ପଶୁପକ୍ଷୀମାନଙ୍କ ଉପରେ ଏହାର ପ୍ରଭାବ ପଡୁଥିଲା ।ଅନ୍ୟପଟେ କାଞିଆର ଜଳରାଶିରେ ଏହି ନର୍ଦ୍ଦମା ପାଣି ମିଶିବା ଦ୍ୱରା କାଞିଆପାଣି ପ୍ରଦୁଷିତ ହେଉଅଛି ।ଯଦିଓ କାଞିଆପାଣିକୁ ନନ୍ଦନକାନନ କର୍ତୁପକ୍ଷ ବିଶୋଧନ କରି କେତେକ ଏନକ୍ଲୋଜରରେ ଥିବା ପଶୁପକ୍ଷୀମାନଙ୍କୁ ଯୋଗାଉଥିବାରୁ ଏହି କାଞିଆପାଣିର ସୁଦ୍ଧତା ବଜାୟ ରଖିବାପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ।ମଇଳାପାଣି ପରେ ମାଂସାସି ପ୍ରାଣୀମାନଙ୍କ ପାଇଁ ଆସୁଥିବା ମଇଂଶିମାଂସ ନନ୍ଦନକାନନ ପାଇଁ ପ୍ରଦ୍ୟୁଷଣର ଅନ୍ୟ ଏକ କାରଣ ସାଜିଛି ।ମଇଳାପାଣିକୁ ବିଶୋଧନ ପରେ ପୁଣିଥରେ ବିଭିର୍ଣ କାର୍ଯ୍ୟନିମନ୍ତେ ଏହାକୁ ବ୍ୟବହାର କରାଯିବ ।

ଏହି ନନ୍ଦନକାନନ ପରିସରରେ ଥିବା ସ୍ଲଟରହାଉସରେ ଠିକାଦାର ଆଣୁଥିବା ମଂଇସିମାନଙ୍କୁ ମାରିଦେବାପରେ ମଂଇଶିର ହାଡ,ଅନ୍ତବୁଜୁଳା,ପୁଟା ଭଳି ଅଦରକାରୀ ଜିନିଷସବୁ ସ୍ଲଟର ହାଉସଠାରୁ ଅଳ୍ପଦୁରରେ ପଡୁଅଛି ।ସେହିଭଳିଭାବେ ବାଘସିଂହମାନଙ୍କୁ  ଖାଇବାକୁ ଦିଆଯାଉଥିବା ମାଂସ ଗୁଡିକରୁ ବଂଚୁଥିବା ବଳକା ଖାଦ୍ୟ ସବୁକୁ ଗୋଟେ ଜାଗାରେ ଏକାଠିକରି ରଖିବାଦ୍ୱାରା ଦୁଗର୍ଦ୍ଧମୟ ପରିବେଶ ସୃଷ୍ଟି ହେଉଛି ।ମୃତ୍ୟୁବରଣ କରୁଥିବା ପଶୁପକ୍ଷୀମାନଙ୍କୁ କାଠ ସାହାର୍ଯ୍ୟରେ ପୋଡାଯାଉଥିଲେ ମଧ୍ୟ ବଳକା ଓ ଅଦରକାରୀ ସାମଗ୍ରୀଗୁଡିକ ଗଛିତ ରହିବାଦ୍ୱାରା ପରିବେଶ ଉପରେ ଏହାର ପ୍ରଭାବ ପଡୁଛି ।ତେଣୁ ଏହାକୁ ପ୍ରତିହତ କରିବା ପାଇଁ ନନ୍ଦନକାନନ କର୍ତୁପକ୍ଷ ଡିଜେଲଚୁଲା ବ୍ୟବହାର କରିବାକୁ ଯାଉଛନ୍ତି ।

ପ୍ରାୟ ୬୦ଲକ୍ଷ ଟଙ୍କା ବ୍ୟୟବରାଦରେ ୨ଟି ଚୁଲା ହେବ ।ବଡଚୁଲାଟି ସ୍ଲଟରହାଉସ ପାଖରେ ବସିବା ସହ ଛୋଟଚୁଲାଟି ୧୦ନଂ ଫାଟକ ପାଖାପାଖର ସ୍ଥାନରେ ବସିବାକୁ ସିଦ୍ଧାନ୍ତ ହୋଇଛି ।ଏହା ବସିସାରିବାପରେ ମୃତ୍ୟୁବରଣ କରୁଥିବା ପଶୁପକ୍ଷୀଙ୍କୁ ଏହି ଡିଜେଲଚୁଲାମାଧ୍ୟମରେ ଦାହ କରିବାସହ ବଳକା ରହୁଥିବା ହାଡ,ଅନ୍ତବୁଜୁଳା,ପୁଟା ଆଦିକୁ ଏହି ଚୁଲାଦ୍ୱାରା ପୋଡାଯିବ ।ଏ ସର୍ମ୍ପକରେ ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଥିବା ସହକାରୀନିର୍ଦ୍ଦେଶକ ଅମୁଲ୍ୟକୁମାର ପରିଡା କୁହନ୍ତି , ନନ୍ଦନକନାନର ପରିବେଶ ସୁରକ୍ଷା ପାଇଁ କର୍ତୁପକ୍ଷ ସବୁବେଳେ ଉଦ୍ୟମ କରୁଛନ୍ତି ।ଏହି ଦୁଇଟି ଯୋଜନା ଖୁବଶିଘ୍ର ନନ୍ଦନକାନନରେ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଏହି କାମ ପାଇଁ ଟେଣ୍ଡର ପକ୍ରିୟା ସରିଛି ।ଏହାଦ୍ୱାରା ଚିରଶ୍ରୋତା କାଞିଆହ୍ରଦର ଜଳରାଶି ନିର୍ମଳ ରହିବା ସହ ପଶୁପକ୍ଷୀମାନଙ୍କ ଉପରେ ପ୍ରଭାବଶୁନ୍ୟ ରହିବ ।ଅନ୍ୟପଟେ ମାଂସାସି ପ୍ରାଣିମାନଙ୍କର ବଳକା ଖାଦ୍ୟକୁ ମଧ୍ୟ ପୋଡିଦିଆଯିବ ।ନନ୍ଦନକାନନ ପକ୍ଷରୁ ବଂଚୁଥିବା ହାଡଗୁଡିକୁ ବର୍ଷକୁ ପ୍ରାୟ୨ଥର ନିଲାମ କରାଯାଉଥିବାବେଳେ ତାହା ଏବେ ନକରାଯାଇ ସେଗୁଡିକୁ ପୋଡାଯିବାଦ୍ୱାରା ଦୁଗର୍ଦ୍ଧମୟ ବାତାବରଣରୁ ମୁକ୍ତିମିଳିବା ସହ ପରିବେଶ ସୁରକ୍ଷାରେ ଏହା ସହାୟକ ସାଜିବ ବୋଲି କହିଥିଲେ ।

Leave A Reply

Your email address will not be published.