ନଭେମ୍ବର ୭ରେ ବାରଙ୍ଗ ଆସିବେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

0 400

ଭୁବନେଶ୍ୱର: ନଭେମ୍ବର ୭ତାରିଖରେ ବାରଙ୍ଗକୁ ଆସିବେ ଓ ୮ତାରିଖରେ ପ୍ରବଚନ ଦେବେ ଶ୍ରୀମଦ୍ ଜଗତଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ ପୁରୀଗୋବର୍ଦ୍ଧନପୀଠାଧିଶ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ବାରଙ୍ଗରେ ଶଙ୍କରାଚାର୍ଯ୍ୟଙ୍କର ଦୁଇଦିନିଆ ଗ୍ରସ୍ଥ ର କାର୍ଯ୍ୟକ୍ରମ ରହିଛି ।ବାରଙ୍ଗ ଶ୍ରୀମଦ୍ ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର କର୍ମକର୍ତାମାନେ ଏହାକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଆଖପାଖ ଗ୍ରାମର ମୁରବୀ ଓ ଭଗବତପ୍ରେମୀ ଲୋକମାନଙ୍କୁ ନେଇ ପ୍ରସ୍ତୁତିବୈଠକ ଚାଲିଛି।ଆଦିତ୍ୟବାହିନି,ବାରଙ୍ଗ୪୮ସଙ୍କିର୍ତନମଣ୍ଡଳ,ବାରଙ୍ଗଆଂଚଳିକ ଶାନ୍ତିକମିଟି,ବାରଙ୍ଗ ବରିଷ୍ଠ ନାଗରିକସଂଘ, ବାରଙ୍ଗପ୍ରେସ୍‌କ୍ଲବ,ଶିକ୍ଷାବିତ,ମୁରବୀମାନଙ୍କ ସହ ଯୁବକମାନଙ୍କୁ ବୈଠକରେ ସାମିଲ କରାଯାଇ ଆଲୋଚନା ସହ ପ୍ରସ୍ଥାବମାନ ଗ୍ରହଣ କରାଯାଉଛି ।ଶଙ୍କରାଚାର୍ଯ୍ୟ ଯେଉଁବାଟଦେଇ ଆସିବେ ସେହି ସ୍ଥାନ ମାନଙ୍କରେ ସ୍ୱାଗତ ସମ୍ଭର୍ଦ୍ଧନା କିଭଳି ଭଲଭାବେ ହୋଇପାରିବ ଏଥିପ୍ରତି ଦୃଷ୍ଟି ଦିଆଯାଇଛି ।ଏହାସହ ପ୍ରବଚନ ଦେବାସ୍ଥାନରେ ଭକ୍ତମାନଙ୍କର ସମାଗମ କିଭଳି ଅଧିକ ରହିବ ଓ ଟ୍ରାଫିକ ସମସ୍ୟା ଆଦି ବିଷୟରେ ତର୍ଜମା ଚାଲିଛି । ଶିକ୍ଷାବିତ ଫକିରଚରଣନାୟକ,ଚିତରଞନବେହେରା,ପ୍ରକାଶଚନ୍ଦ୍ରପାଣି,ଶିବରାମସାହୁଙ୍କ ସହ ବାରଙ୍ଗଚାରଣଗୋଷ୍ଠି ବାରଙ୍ଗଶାଖାର ସଭ୍ୟମାନେ  ବିଭିର୍ଣ ଗ୍ରାମଗ୍ରାମବୁଲି ଲୋକମାନଙ୍କୁ ଏହି ବାର୍ତା ପ୍ରଦାନ କରିବା କାର୍ଯ୍ୟକୁ ଆଗେଇନେଇଛନ୍ତି ।

ବାରଙ୍ଗ ଅଂଚଳରେ ଆଧ୍ୟାମ୍‌ିକ ପରିବେଶ ସୃଷ୍ଟିକରିବା ସହ ଶଙ୍କରାଚାର୍ଯ୍ୟଙ୍କ ଆଗମନରେ ଏଅଂଚଳ ପବିତ୍ର ହୋଇଯିବ ।ଝୁନଝୁନଓାଲାବିଦ୍ୟାପୀଠ ପଡିଆରେ ହେବାକୁ ଥିବା ଧର୍ମସଭାରେ ମୁଖ୍ୟ ପୁରୋଧାଭାବେ  ଯୋଗଦେଇ ଭକ୍ତମାନଙ୍କୁ ଦିବ୍ୟଦର୍ଶନ ସହ  ସର୍ବାରିଷ୍ଟ ଖଣ୍ଡନ ଦୀଗରେ ତାଙ୍କର ଅର୍ଶୀବର୍ଚନ ମୁଖ୍ୟ ଆୟୁଧ ସାଜିବ ବୋଲି ଶିକ୍ଷାବିତ ଫକିରଚରଣନାୟକ କହିଛନ୍ତି ।

 

Leave A Reply

Your email address will not be published.