କାର୍ତିକେଶ୍ୱର ଭଷାଣିରେ ଡିଜେ ବନ୍ଦ

0 610

ଭୁବନେଶ୍ୱର: ବାରଙ୍ଗର ଗଣପର୍ବ ପବିତ୍ର କାର୍ତିକେଶ୍ୱରପୁଜା ଓ ଭଷାଣିଉସ୍‌ବ ଆଉମାତ୍ର ଅଳ୍ପଦିନ ବାକି ରହିଛି ।ଏହାକୁ ନେଇ ଚଳଚଂଚଳ ହୋଇଉଠିଛି ବାରଙ୍ଗ ଅଂଚଳ । ଚଳିତବର୍ଷ ଏହାକୁ ଜାକଜକାମ ଭାବେ ପାଳିବାକୁ ସମସ୍ତ ପୁଜାକମିଟି ପକ୍ଷରୁ ଏକପ୍ରକାର ଉଦ୍ୟମ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ପ୍ରାୟ ପୁଜାମଣ୍ଡପମାନଙ୍କରେ ମୃଣୟମୁର୍ତୀମାନଙ୍କର ନିର୍ମାଣ କାମ ଏକମାଟି ସରିଥିବାବେଳେ ଅଳ୍ପକିଛି ଜାଗାରେ ନିର୍ମାଣ ଚାଲିଛି ।

ପୁଜାମଣ୍ଡପର ସାଜସଜ୍ଜା ସଙ୍ଗକୁ ସଉଚ୍ଚ ରଙ୍ଗବେରଙ୍ଗର ଆଲୋକମାଳରେ ସଜେଇବାକୁ  କେତେକ ପୁଜାକମିଟିକର୍ମକର୍ତାମାନେ ଉଦ୍ୟମ କରୁଥିବାବେଳେ କେତେକ ମୁର୍ତିନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି । ଚଳିତବର୍ଷ ଛୋଟବଡ କୁ ମିଶାଇ ପ୍ରାୟ ୧୦୦ରୁ ଉର୍ଦ୍ଧ ପୁଜାମଣ୍ଡପରେ ଦର୍ଶନ ଦେବେ ମା ଦୁର୍ଗା,ଶିବପାର୍ବତୀ,ନିଳେନ୍ଦ୍ରି ଓ କାର୍ତିକ ଆଦି ମୃଣୟମୁର୍ତୀ ।ଦାଢାପାଟଣା ଗ୍ରାମରେ ସର୍ବାଧିକ ୨୦ହୋଇଥିବାବେଳେ ଫୁଲପୋଖରୀ ଗ୍ରାମରେ ୬ଟି ଓ ବାରଙ୍ଗବଜର,ଷ୍ଟେସନବଜାର,ସୀତାରାମ ବଜାର, ଆନନ୍ଦବଜାର, ବଙ୍ଗାଳିସାହି, ଗଦେଇକୁଦ, ଆଦିବାସିସାହି, କଂଟାପାଟଣା, ଶ୍ରୀବନ୍ତପୁର, ମଧୁବନ, ବଛିପୁର, ତ୍ରିଶୁଳିଆ, କୁସିନ୍ଦା, ନରଣପୁର, ମୁ୍‌ଣ୍ଡମୁହାଣ ଆଦି ଗ୍ରାମମାନଙ୍କରେ ଗୋଟିଏଗୋଟିଏ ସ୍ଥାନରେ ପୁଜାମଣ୍ଡପମାନ ନିର୍ମାଣ ହୋଇଛି ।

ଏହି ଗଣପର୍ବକୁ ଶାନ୍ତିଶଂଙ୍ଖଳାର ସହ ସମ୍ପନ୍ନପାଇଁ  ବାରଙ୍ଗଶାନ୍ତିକମିଟି ପକ୍ଷରୁ ପ୍ରଚେଷ୍ଟା ଓ ଉଦ୍ୟମ ଆରମ୍ଭ ହୋଇଛି ।ଏଥିନିମନ୍ତେ ଶାନ୍ତିକମିଟିର ଆହ୍ୱାନକ୍ରମେ ପୁଜାକମିଟିର କର୍ମକର୍ତାମାନଙ୍କୁ ନେଇ ପ୍ରସ୍ତୁତିବୈଠକରେ ବିଭିର୍ଣ ଆଲୋଚନା ମଧ୍ୟ ସରିଛି ।ବାରଙ୍ଗଥାନା ଅଂଚଳରେ ହେଉଥିବା ଗଣପର୍ବ ପାଇଁ ବାରଙ୍ଗଥାନାର ଗୁରୁଦାୟିତ୍ୱ ରହିଛି ।ଏଣୁ ବାରଙ୍ଗଥାନାର ଆହ୍ୱାନକ୍ରମେ ଏକ ପ୍ରସ୍ତୁତିବୈଠକ ଶାନ୍ତିକମିଟି ଓ ପୁଜାକମିଟିର କର୍ମକର୍ତାମାନଙ୍କୁ ନେଇ ହୋଇଯାଇଛି ।ଏହି ବୈଠକରେ କାର୍ତିକପୁର୍ଣମାଠାରୁ ଆରମ୍ଭ ହେଉଥିବା ପୁଜା ସହ ଭଷାଣିଉସ୍‌ବ ପର୍ଯ୍ୟନ୍ତ ସୁଚାରୁରୁପେ ସାରିବାକୁ ସମସ୍ତଙ୍କ ସହେଯାଗ କାମନା କରାଯାଇଛି ।

ଏହି ବୈଠକରେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଛୁଟିଦିନରେ ଭଷାଣୀ କରିବାକୁ ସ୍ଥିର ହୋଇଛି ।ରବିବାର ୧୭ତାରିଖଦିନ ସାମହିକଭାବେ ଭଷାଣୀଉସ୍‌ବ ପାଳନ କରାଯିବା ବୋଲି ନିଷ୍ପତି ହୋଇଛି ।ଭଷାଣିସ୍‌ବର ଶୋଭାଯାତ୍ରା ୧୦୦ମିଟର ବ୍ୟବଧାନ ମଧ୍ୟରେ ରହିବା ସହ ମଦ୍ୟପାନକାରୀ ଶୋଭାଯାତ୍ରାରେ ସାମିଲ ହେବାକୁ ବାରଣ ହୋଇଛି ।ଆତସବାଜୀ,ନିଶା,ପ୍ଲାଷ୍ଟିକ,ପଲଥିନ ବ୍ୟବହାର ନକରିବାକୁ ସମସ୍ତ ପୁଜାକମିଟିକୁ ପରାମର୍ଶ ଦିଆଯାଇଛି । ଡିଜେକୁ ଶୋଭାଯାତ୍ରାରେ ସାମିଲ ନକରିବାକୁ ବାରଣ କରାଯିବା ସହ ଏହା ବଦଳରେ ପାରମ୍ପାରିକ ବାଦ୍ୟକୁ ସାମିଲ କରିବାକୁ ନିଷ୍ପତି ହୋଇଚି ବୋଲି ବାରଙ୍ଗଆଂଚଳିକ ଶାନ୍ତିକମିଟିର ସଭାପତି ପ୍ରତାପଚନ୍ଦ୍ରପାଣି ଓ ସମ୍ପାଦକ ସୁରେଶମହାନ୍ତି କହିଛନ୍ତି ।

Leave A Reply

Your email address will not be published.