ସୁରଭି-୨୦୧୯ ଉଦ୍‌ଯାପିତ

0 417

ଭୁବନେଶ୍ୱର: ପିଲାମାନେ ଦେଖାଇଲେ ସେମାନଙ୍କ ପ୍ରତିଭା ।ଅଭିଭାବକମାନେ ଅପେକ୍ଷାକରି ରହିଥିଲେ ସେମାନଙ୍କପିଲାମାନଙ୍କ ଦ୍ୱାରା ପରିବେଷଣ ହେବାକୁ ଥିବା କାର୍ଯ୍ୟକ୍ରମକୁ ।କେବଳ ଅଭିଭାବକନୁହଁନ୍ତି ଦେଖଣାହାରୀଙ୍କୁ ବିମୁଗ୍ଧ କରିଦେଇଥିଲେ ପିଲାମାନେ ।ଆଧୁନିକ ଓ ପୈାରାଣିକ କଥାବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ମନୋରଞନର ଖୋରକ୍ ଦେବାସହ ଦାୟିତ୍ୱବୋଧର ବାର୍ତା ବାଂଟିଥିଲେ ।ଏହାଥିଲା ଭୁବନେଶ୍ୱର ବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନର ଦୃଶ୍ୟ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପିନବିହାରୀ ନାଥଙ୍କ ଉଦ୍ୟମ ଓ ପ୍ରଚେଷ୍ଠାରେ ମଣ୍ଡଳସ୍ତରୀୟଶିଶୁମହୋସ୍‌ବ ସୁରଭୀ -୨୦୧୯ ର କାର୍ଯ୍ୟକ୍ରମ ଦାରୁଠେଙ୍ଗ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉଦଯ୍‌ାପିତ ହୋଇଯାଇଛି । ବ୍ଲକଶିକ୍ଷା ଅଧିକାରି ସସ୍ମିତାମାଳିଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନିଉସ୍‌ବରେ କାର୍ତକଚନ୍ଦ୍ରଦାସ,ବିଶ୍ୱନାଥତରାଇ,ବିଧୁଭୁଷଣପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦାନକରି କୃତିପ୍ରତିଭା ମାନଙ୍କୁ ସମ୍ମାନୀତ କରିବା ସହ ପ୍ରଧାନସିକ୍ଷକଙ୍କ ବିଭିଣ୭ କାର୍ଯ୍ୟକୁ ଭୁୟଶି ପ୍ରଶଂସା କରିଥିଲେ ।ଏହିଅବସରରେ ଜୁନିୟର ଓ ସିନିୟର ବିଭାଗରେ ଛାତ୍ରୀଛାତ୍ରମାନଙ୍କୁ ନେଇ ଆୟୋଜିତ ହୋଇଥିବା ବର୍ତକ, ବକୃତା,ସଙ୍ଗୀତ, ଚିତ୍ରାଙ୍କନ,କୁଇଜ ,ଓଡିଆ ହସ୍ତାକ୍ଷର ଓ ଶ୍ରୃତଲିଖନ ଆଦି ପ୍ରତିଯୋଗୀତା ରେ ବିଦ୍ୟାଳୟର ୧୧୮ ଜଣ ପିଲା ଅଂଶଗ୍ରହଣ କରି ନିଜର ପରାକାଷ୍ଠା ପ୍ରତିପାଦିତ କରିବାର ଚେଷ୍ଟାକରିଥିଲେ । ଏଥିରେ କୃତ କାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ଏହାପରେ ପିଲାମାନଙ୍କଦ୍ୱରା ମନୋରଞନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ହୋଇଥିଲା ।ଏହି ମନୋରଞନ ମାଧ୍ୟମରେ ସମାଜ ପାଇଁ ଆମ୍ଭମାନଙ୍କର ଦାୟିତ୍ୱବୋଧର ଚିତ୍ର ଉପସ୍ଥପିତ କରିବାକୁ ଭୁଲିନଥିଲେ ।ବୃକ୍ଷରୋପଣ,ପ୍ଲାଷ୍ଟିକ ଓ ପଲଥିନବର୍ଜନର ବାର୍ତା ଦେଇଥିଲେ .ଯାହା ଦେଖଣାହାରୀମାନଙ୍କୁ ମୁଗ୍ଧ କରିବାରେ ସହାୟକ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପିନବିହାରୀ ନାଥ ଏହାକୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ସଭାପତି ଚୈତନ୍ୟଜେନା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.