ନୂଆ ରୁପରେ ବାଘ ସଫାରୀ ଓ ଆକ୍ୱାରିୟମକୁ ଆସିବ ନୁଆ ପଶୁପକ୍ଷୀ

0 411
  • ନନ୍ଦନକାନନର ବିକାଶ ପାଇଁ ୨୪କୋଟି ୯୦ଲକ୍ଷ ଓ ବଟାନିକାର୍ଲ ଗାର୍ଡେନ ପାଇଁ ୧ କୋଟି ୭୨ଲକ୍ଷ

ଭୁବନେଶ୍ୱର: ନନ୍ଦନକାନନର ବିକାଶ ପାଇଁ ଖର୍ଚ୍ଚହେବ ୨୪କୋଟି ୯୦ଲକ୍ଷଟଙ୍କା ।ଏହି ଟଙ୍କା ହେଉଛି ନନ୍ଦନକନାନର ରାଜସ୍ୱବାବଦରେ ଆୟ ।ଏହି ଆୟ ଟଙ୍କାକୁ ସୋସାଇଟ ମାଧ୍ୟମରେ ଖର୍ଚ୍ଚ କରିବାପାଇଁ ୨୦୧୯-୨୦ ଅର୍ଥିକବର୍ଷପାଇଁ ବ୍ୟୟବରାଦ ହୋଇଛି ।ଏହି ଅନୁଦାନରେ ନନ୍ଦନକାନନ ସହ ବଟାନିକାର୍ଲଗାର୍ଡେନର ବିକାଶର ଚିତ୍ର ରହିଛି ।ନୁଆ ଏନ୍‌କ୍ଲୋଜର ସାଙ୍ଗକୁ ନୁଆପଶୁପକ୍ଷୀ ଆଣିବା ,ପୁନଉଦ୍ଧାରକାର୍ଯ୍ୟ,ନୁଆପ୍ରକଳ୍ପ,ମରାମତି ଆଦି କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ ।

ଏହି ଯୋଜନା ଅନୁଯାୟୀ ନନ୍ଦନକାନନରେ ଏକମାତ୍ରଥିବା ସାଥିହରାଇ ନିସଙ୍ଗ ଜୀବନ ଜିଉଥିବା ଜିରାଫ ଖୁସିପାଇଁ  ମହିଶୁରରୁ ୨ଟି ଜିରାଫ ଆସିବ ଅହମଦାବାଦରୁ ନିକୋବରଫିଜାଂଟ ଓ ହଳେ ଚାମଚଥଂଟିଆ ପକ୍ଷୀ ଆସିବ ,ଏହାବଦଳରେ ନନ୍ଦନକାନନରୁ ଗୁରାଣ୍ଡି ଦେବାକୁ ପଡିବ ।ଏହିକଥାବାର୍ତା ସରିଛି ,କେବଳ ଆସିବାପ୍ରକିୟା ବାକିରହିଛି ।ଏହି ଅତିଥିମାନଙ୍କ ପରେ ଚଳିତଆର୍ଥିକବର୍ଷରେ  କଙ୍ଗାରୁ ପ୍ରଜାତିର ଓାଲାବି,ଜେବ୍ରା,ଆଫ୍ରିକାନ ଚିତା,ଗଣ୍ଡା,ଓରାଙ୍ଗଓଟାନ  ଆଦି ଆଣିବାପାଇଁ ଆଫ୍ରିକାର ଆର୍ନ୍ତରାଜ୍ୟ ଚିଡିଆଖାନାମାନଙ୍କ ସହ ନନ୍ଦନକାନନ କର୍ତୁପକ୍ଷ କଥାବାର୍ତା କରିଥିବାର ଜଣାପଡିଛି ।ଏଥିନିମନ୍ତେ ସେଠାରେ ସଭ୍ୟହେବାପାଇଁ ୭୦ହଜାରେ ଟଙ୍କା ନନ୍ଦନକାନନକୁ ଦେବାକୁ ପଡିବ ।ଏହାପରେ ସେହି ଆଫ୍ରିକାର ଆର୍ନ୍ତରାଜ୍ୟ ଚିଡିଆଖାନାମାନଙ୍କରୁ ପଶୁପକ୍ଷୀ ଆଣିବାରେ ଅସୁବିଧା ହେବନାହିଁ ବୋଲି ଜଣାପଡିଛି ।ତେବେ ଏହି ଆଲୋଚନା ପ୍ରକିୟା ଆଗେଇଥିବାର ଜଣାପଡିଥିବାବେଳେ ଚଳିତଆର୍ଥିକବର୍ଷରେ ଏହି ଅତିଥିମାନଙ୍କୁ ଆଣିବାପାଇଁ  ୧କୋଟି୫ଲକ୍ଷଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବାର ଜଣାପଡିଛି ।ବାଘସଫାରୀରର ରୁ ବଦଳିବାକୁ ଯାଉଛି ।

ପର୍ଯ୍ୟଟକମାନେ ଆଉ ସଫାରୀରେ ବାଘ ନଦେଖି ନିରାଶ ହେବେ ନାହିଁ ।ଏଥରନିମନ୍ତେ ବାଘସଫାରୀରର ପ୍ରବେଶପଥ କୁ ଆକର୍ଷଣୀୟ କରାଯିବ ।ସଫାରିପରିସର ସ୍ଥାନକୁ ବିଭକ୍ତିକରଣ କରାଯାଇ ୬ଟି ବାଘ ବିଚରଣ କରିବାର ବ୍ୟବସ୍ଥା ହେବ ।ଏଥିନିମନ୍ତେ ଖର୍ଚ୍ଚହେବ ୬୦ଲକ୍ଷ ଟଙ୍କା । ପରିସରରେ ରହୁଥିବା ରୁଗ୍‌ଣ ପଶୁପକ୍ଷୀମାନଙ୍କୁ ପର୍ଯ୍ୟଟକମାନେ ଆଉ ଦେଖିପାରିବେନାହିଁ ।ସେମାନଙ୍କ ପାଇଁ ୧୦ନଂ ଫାଟକପାଖରେ ଏକ କ୍ୱାରେଂଟଟାଇନ କରାଯିବ ।ସେମାନେ ସେଠାରେ ରହି ଚିକିସ୍‌ିତ ହେବେ ।କେନ୍ଦ୍ରିୟଚିଡିଆଖାନା କର୍ତୁପକ୍ଷଙ୍କ ନୀୟମାନୁସାରେ ୪୦ଲକ୍ଷଟଙ୍କାର ବ୍ୟୟବରାଦରେ ଏହା ନିର୍ମାଣ ହେବାକୁ ଯାଉଛି । ଆକ୍ୱାରିୟର ପରିସରରେ ଥିବା ପିଲରକୁ ନୁଆ ଲୁକ ଦିଆଯିବ ।ଏହି ସିମେଂଟ ପିଲର ଚର୍ତୁପାଶ୍ୱର୍ରେ ଉପରୁ ତଳ ପର୍ଯ୍ୟନ୍ତ ଉନ୍ନତମାନର କାଚବାକ୍ସ ରେ ସଜାଯିବ ।ଏହି କାଚବାକ୍ସ ଭିତରେ ବିଭିର୍ଣ ସାମୁଦ୍ରିକ ମାଛସବୁକୁ ରଖାଯାଇ ଡିସପ୍ଲେ କରାଯିବ ।ଏଥିପାଇଁ ୩୮ଲକ୍ଷଟଙ୍କାର ବ୍ୟୟବରାଦ ହୋଇଛି ।

ବାଘ,ସିଂହମାନଙ୍କ ଖାଦ୍ୟ ପାଇଁ ଆସୁଥିବା ମଇଁଶିଗୁଡିକୁ ମାରିସାରିବାପରେ ବଂଚୁଥିବା ଅନ୍ତବୁୁଜୁଳା ଓ  ବାଘସିଂହମାନେ ଖାଇସାରିବା ପରେ ବଂଚୁଥିବା ମାଂସମିଶା ହାଡଗୁଡିକ ପଡିରହି ଦୁଗର୍ନ୍ଧମୟ ବାତାବରଣ ସୃଷ୍ଟି କରୁଛି ।ଏଥିରୁ ରକ୍ଷାପାଇବାପାଇଁ ୧୦ନଂ ଫାଟକପାଖ ଏକ ସ୍ଥାନରେ କାଠଚୁଲାନୁହେଁ ଗ୍ୟାସଚୁଲାକରିବାପାଇଁ ୬୫ଲକ୍ଷଟଙ୍କାର ବ୍ୟୟବରାଦର ବ୍ୟବସ୍ଥା ହୋଇଚି । ଲନଗାର୍ଡେନପାଇଁ ୨୭ଲକ୍ଷ,ଟ୍ରିଟିମେଂଟପ୍ଲାଂଟ ପାଇଁ ୧କୋଟି୮ଲକ୍ଷ, ଭେଟନାରୀକଲେଜର ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିସ୍‌ାଜନିତ ସହାୟତା ପାଇଁ ୮୦ଲକ୍ଷ,ଫର୍ଡରଫାର୍ମପାଇଁ ୪୦ଲକ୍ଷ ଓ ଆଉ ଏକ ନୁଆଫର୍ଡରଫାର୍ମ କରିବାପାଇଁ ୫୦ଲକ୍ଷ,ନନ୍ଦନକାନନର ଡାକ୍ତରମାନଙ୍କର ଜୀବଜନ୍ତୁମାନଙ୍କର ଔଷଧକିଣିବା ପାଇଁ ୧୫ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି ।

ସମ୍ପାଜିଏନକ୍ଲୋଜରର ନବୀକରଣ ପାଇଁ ୨୭ଲକ୍ଷ,ଜଳଚର ବିହଙ୍ଗ ସରଣୀପାଇଁ ୩୩ଲକ୍ଷ.ବଜ୍ରକାପ୍ତାପ୍ରଜଜନକେନ୍ଦ୍ରପାଇଁ ୧୮ଲକ୍ଷ, ଜଳଯୋଗାଣ ପାଇଁ ୧କୋଟି୧୩ ଲକ୍ଷ ଆଦିର ବ୍ୟୟବରାଦ ହୋଇଛି ।ମରାମତି,କର୍ମଚାରୀମାନଙ୍କର ଦରମା,ସକୁରିଟି କର୍ମଚାରୀମାନଙ୍କର ଦରମା,ଜନ୍ତୁଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇସମୁଦାୟ ୨୩କୋଟି୧୮ଲକ୍ଷଟଙ୍କାର ବ୍ୟୟ ଅଟକଳ କରାଯାଇଛି ।ନନ୍ଦନକାନନ ସହ ବଟାନିକାର୍ଲଗାର୍ଡେନର ବିକାଶପାଇଁ ୧କୋଟି୭୨ଲକ୍ଷଟଙ୍କାର ବ୍ୟୟବରାଦ କରାଯାଇଛି ।ବଟାନିକାର୍ଲଗାର୍ଡେନ ମଧ୍ୟରେ ଥିବା ବିଭିର୍ଣ ଉଦ୍ୟାନଗୁଡିକର ମରାମତି,ବଣଭୋଜିସ୍ଥଳୀର ଉନ୍ନତିକରଣ ସହ ଅନ୍ୟାନ୍ୟ ପାଇଁ

ଥିବାର ଜଣାପଡିଛି ।ାହାସହ ରାଜ୍ୟ ଉଭିଦଉଦ୍ୟାନ ବଟାନିକାର୍ଲଗାର୍ଡେନର ବିକାଶ ପାଇଁ ମଧ୍ୟ ଦୃଷ୍ଟିଦିଆଯାଇଛି ।ବଣଭୋଜିସ୍ଥଳୀ ର ଉନ୍ନତି ସହିତ ବିଭିର୍ଣ ଉଦ୍ୟାନର ମରାମତି ହେବ ।ଏହାସହିତ ନୁଆକରିଏକ ବିଶୁଦ୍ଧପାନୀୟଜଳପ୍ରକଳ୍ପ କରାଯିବ ।ଏହାସହିତ ମରାମତି,ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ସମୁଦାୟ ୧କୋଟି୭୨ଲକ୍ଷଟଙ୍କାର ବ୍ୟୟବରାଦ ହୋଇଛି ।

Leave A Reply

Your email address will not be published.