ଦଶଟି ରୁପରେ ଦର୍ଶନ ଦେଲେ ମା ଜଗଦମ୍ବା

0 583

ଭୁବନେଶ୍ୱର: ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡରେ ଥିବା ମା ଜଗଦମ୍ବା ମନ୍ଦିରରେ କାଳୀପୁଜାଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ ପୁଜାନିତୀ ।୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନିତୀ ରେ ରହିଛି ସ୍ୱତନ୍ତତା ।ଏହି ଦିନମାନଙ୍କରେ ମା ଜଗଦମ୍ବା ଦଶଟିରୁପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।କାଳୀପୂଜାରରେ କାଳୀଦେବୀ ରୁପରେ ଦର୍ଶନ ଦେବାପରେ ପ୍ରତିଦିନ ସନ୍ଧ୍ୟାରେ ଭିନ୍ନଭିନ୍ନ ରୁପ ତାରାଦେବୀ, ଷୋଡଶୀଦେବୀ, ଭୁବନେଶ୍ୱରଦେବୀ, ଭୈରବୀଦେବୀ, ଛିନ୍ନମସ୍ତାଦେବୀ,ଧୁମାବତୀଦେବୀ,ବଗଲାମୁଖୀଦେବୀ,ମାତଙ୍ଗୀଦେବୀ,କମଳାଦେବୀ ରୁପରେ ଦର୍ଶନ ଦେବାର ବ୍ୟବସ୍ଥା ହୋଇଛି ।ରାଶିଅନୁସାରେ ଏହି ଦିନମାନଙ୍କରେ  ମାଙ୍କୁ ଦର୍ଶନକଲେ ମନସ୍କାମନା ପୁରଣ ସହ ଗ୍ରହରିଷ୍ଟ ଖଣ୍ଡନ ହେବାର ସହାୟକ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି ।ଯାହାଫଳରେ ପ୍ରତ୍ୟେହ ସନ୍ଧ୍ୟାଦର୍ଶନ ପାଇଁ  ଭକ୍ତମାନଙ୍କର ପ୍ରବଳ ଭୀଡ ହେଉଥିବାର ଦେଖିବାକୁ ମିଳିଛି । ଭକ୍ତମାନଙ୍କ ସମାଗମ ଅଧିକ ରହୁଥିବାରୁ ମାଙ୍କ ଦର୍ଶନ ଠିକ୍‌ଭାବେ କରିବା ପାଇଁ ମା ଜଗଦମ୍ବାସେବା ସମିତି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ସବୁ ଦିନ ସନ୍ଧ୍ୟାଆଳତି ପରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି ।ା

Leave A Reply

Your email address will not be published.